ରାଜ୍ୟ ସରକାର ଜାରି କରିଥିବା ନୂତନ କରୋନା ମାର୍ଗଦର୍ଶିକା
ଲାଗୁ

0 105

ରାଜ୍ୟ ସରକାର ଜାରି କରିଥିବା ନୂତନ କରୋନା ମାର୍ଗଦର୍ଶିକା ଲାଗୁ ହୋଇଛି । ମହାଶିବରାତ୍ରୀ, ଦୋଳପୂର୍ଣ୍ଣିମା, ହୋଲି ପାଳନ ସକାଶେ ଅନୁମତି ଦିଆଯାଇଥିଲାବେଳେ କେବଳ ଘର ଭିତରେ ସଦସ୍ୟମାନଙ୍କ ମଧ୍ୟରେ ହୋଲି ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।


ସର୍ବସାଧାରଣ ସ୍ଥାନ ଓ ରାସ୍ତାଘାଟରେ ହୋଲି ପାଳନ ହୋଇପାରିବ ନାହିଁ । ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ କ୍ରୀଡା ଆଦିକୁ ଅନୁମତି ମିଳିଛି ।
ପ୍ରଦର୍ଶନୀ, ବାଣିଜ୍ୟମେଳା ଓ ମେଳା ଆଦିକୁ କୋଭିଡ କଟକଣା ମଧ୍ୟରେ କରାଯାଇପାରିବ । ତେବେ ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକରେ କେତେ ଲୋକ
ଏକତ୍ରିତ ହେବେ ସେ ସଂକ୍ରାନ୍ତରେ ଜିଲ୍ଲାପାଳ, ପୌର କମିଶନର ଓ ପୁଲିସ୍‍ କମିଶନର ନିଷ୍ପତ୍ତି ନେବେ ।

ବାହାଘର ଓ ବ୍ରତଘର ଭଳି ସାମାଜିକ କାର୍ଯ୍ୟକ୍ରମରେ ୫୦୦ ଲୋକ ଯୋଗଦେଇପାରିବେ । ଶେଷକୃତ୍ୟରେ ୨୫୦ ଲୋକ ଏକାଠି ହୋଇପାରିବେ ଏବଂ ବାହାଘର ବରଯାତ୍ରୀ ପାଇଁ ୧୦୦ ଲୋକଙ୍କୁ ଅନୁମତି ଦିଆଯାଇଛି । ଏଥିପାଇଁ ପୂର୍ବରୁ ଲିଖିତ ଭାବେ ଅନୁମତି ନେବାକୁ ପଡିବ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟଭାବେ ଉଲ୍ଲେଖ ରହିଛି ।

Leave A Reply