ଚଳିତ ନିର୍ବାଚନରେ ପ୍ରଥମ ଥରପାଇଁ ପୌର ପରିଷଦ ଏବଂ ଏନ୍‍.ଏ.ସି.ର ଅଧ୍ୟକ୍ଷ ଓ ମହାନଗର ନିଗମର ମେୟର ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବେ

0 115

ରାଜ୍ୟର ତିନୋଟି ମହାନଗର ନିଗମ ଓ ୧୦୬ଟି ପୌରାଞ୍ଚଳ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୭ ତାରିଖ ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ । ଏହି ଅବଧି ମଧ୍ୟରେ ପଡୁଥିବା ସରକାରୀ ଛୁଟି ଦିନରେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରାଯାଇପାରିବ । ଏଥିପାଇଁ ସମୟସୀମା ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଏଥିସହ କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ମେୟର ପଦବୀ ପାଇଁ ପ୍ରାର୍ଥିପତ୍ର ଗ୍ରହଣ କରାଯିବ ।

ଚଳିତ ନିର୍ବାଚନରେ ପ୍ରଥମ ଥରପାଇଁ ପୌର ପରିଷଦ ଏବଂ ଏନ୍‍.ଏ.ସି.ର ଅଧ୍ୟକ୍ଷ ଓ ମହାନଗର ନିଗମର ମେୟର ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବେ । ୯ ତାରିଖ ସୁଦ୍ଧା ନାମାଙ୍କନ ପତ୍ରଗୁଡିକ ଯାଞ୍ଚ୍‍ ହେବ ଏବଂ ୧୪ ତାରିଖ ଅପରାହ୍ନ ୩ଟା ସୁଦ୍ଧା ସେଗୁଡ଼ିକର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ସେହିଦିନ ଅପରାହ୍ନ ୫ଟାରେ ଚୂଡାନ୍ତ ପ୍ରାର୍ôଥ ତାଲିକା ପ୍ରକାଶ ପାଇବ ।

ପ୍ରାୟ ୪୧ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଓଡିଶା ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଅନୁଯାୟୀ ପୁରୀ ପୌର ପରିଷଦର ନିର୍ବାଚନ ସ୍ଥଗିତ ରଖାଯାଇଥିବାବେଳେ ଭଦ୍ରକ ପୌର ପରିଷଦର ୪ନଂ ୱାର୍ଡକୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍‍ ଦିଆଯାଇଛି । ଏହି ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୪ ତାରିଖ ଦିନ ଭୋଟଗ୍ରହଣ ହେବ ଏବଂ ୨୬ ତାରିଖରେ ଗଣତି ସହ ଫଳାଫଳ ଘୋଷଣା କରାଯିବ ।

Leave A Reply