ବଜେଟ ପରମ୍ପରାରେ ‘ହାଲୁଆ
ନୂଆଦିଲ୍ଲୀ . – କୌଣସି ଭଲ କାମ ଆରମ୍ଭ କରିବା ପୂର୍ବରୁ ଭାରତୀୟ ସଂସ୍କୃତିରେ ମିଠା ଖାଇବାର ପରମ୍ପରା ରହି ଆସିଛି । ଏହି ପରମ୍ପରା କାହିଁ କେତେ କାଳରୁ ରହିଛି। ହିନ୍ଦୀରେ ବି ଗୋଟିଏ କଥା କୁହାଯାଏ ‘ମୁଁ ମିଠା କରକେ ଯାଓ’ ।
ସେହିପରି ଦେଶର ବାର୍ଷିକ ବଜେଟ୍ ପ୍ରସ୍ତୁତି ପୂର୍ବରୁ ମିଠା ଖାଇବାର ଏକ ପରମ୍ପରା ରହିଛି । ବଜେଟ୍ ପ୍ରସ୍ତୁତି ପୂର୍ବରୁ ଏହାକୁ ପ୍ରସ୍ତୁତ କରୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ହାଲୁଆ ଖାଇ ଥାଆନ୍ତି । ମିଠା ହାଲୁଆ କୌଣସି କାମ ଆରମ୍ଭ ପୂର୍ବୁର ଖାଇବାକୁ ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି। ଏଥିପାଇଁ ବଜେଟ୍ ପ୍ରସ୍ତୁତି ପୂର୍ବରୁ ନର୍ଥ ବ୍ଲକରେ ରହୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ହାଲୁଆ ଖାଆନ୍ତି । ଏହାପରେ ବଜେଟ୍ ପ୍ରସ୍ତୁତି କାମରେ ଲାଗନ୍ତି ।
ଏହି ସମୟରେ କର୍ମଚାରୀ ଓ ଅଧିକାରୀମାନଙ୍କୁ ତାଙ୍କ ପରାବିର ଲୋକଙ୍କ ସହ ସମ୍ପର୍କ ରଖିବାକୁ ଦିଆଯାଏ ନାହିଁ । ଏକ ପ୍ରକାର କେବଳ ବଜେଟ ପ୍ରସ୍ତୁତିରେ ହିଁ ଏମାନେ ଧ୍ୟାନ ଦେଇଥାଆନ୍ତି