ନୂଆଦିଲ୍ଲୀ . – ଭାରତର ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି । ଏହାର ବାର୍ଷିକ ବଜେଟ୍ ପ୍ରସ୍ତୁତ କରିବା ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ । କେଉଁଥିରୁ କେତେ କର ଆଦାୟ ହେବ । ଆୟ କେତେ ବ୍ୟୟ କେତେ । ବିକାଶମୂଳକ କାର୍ଯ୍ୟପାଇଁ ଖର୍ଚ୍ଚ , ବିଭିନ୍ନ ଅନୁଦାନ, ଯୋଜନା , ଏପରି ଅନେକ ବିଷୟରେ ଧ୍ୟାନ ଦିଆଯାଇଥାଏ ।
ଏବେ ଦେଶରେ ନିଅଣ୍ଟିଆ ବଜେଟ ପରିସ୍ଥିତ ଦେଖାଦେଇଛି । ବର୍ତମାନର ପରିସ୍ଥିତରେ ବଜେଟ ପ୍ରସ୍ତୁତ କରିବା ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ଏକ ବଡ ଆହ୍ୱାନ । ଅର୍ଥନୈତିକ ବିଶେଜ୍ଞ ପ୍ରଫେସର ଏନ୍ଆର ଭାନୁମୂର୍ତ୍ତୀଙ୍କ ଅନୁସାରେ ୨୦୧୮-୧୯ର ୩.୪ ପ୍ରତିଶତ ବିତୀୟ କ୍ଷତି ଭରଣା କରିବା ପାଇଁ ସରକାର ଭଲ ଓ ସଫଳ ଚେଷ୍ଟା କରିଥିଲେ । ୨୦୧୮-୧୯ରେ ଏହା ୬,୨୧,୦୦୦ କୋଟିରୁ ବୃଦ୍ଧି କରି ଏହାକୁ ୬.୭୧,୦୦୦ କୋଟି ଟଙ୍କା କରିଦିଆଯାଇଛି । ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଘରୋଇ ଉତ୍ପାଦର ଜିଡିପି ବୃଦ୍ଧି ପାଇ ୬.୮ ପ୍ରତିଶତରେ ପହଞ୍ଚିଥିଲା ।
ମାଚ୍ର ଏହା ଗତ ୫ ବର୍ଷର ଜିଡିପିରେ ସବୁଠାରୁ କମ୍ । ମାତ୍ର ଏପରି ପରିସ୍ଥିତରେ ଏକ ଭଲ ବଜେଟ୍ ପ୍ରସ୍ତୁତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଏହାକୁ ସଂସଦରେ ଉପସ୍ଥାପନା କରିବେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post