ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଥିଲେ ଜଣେ ମହାନ କବି ଓ ବିଚାରକ । କେବଳ ଗୀତାଞ୍ଜଳୀ କାବ୍ୟ ପାଇଁ ସାହିତ୍ୟରେ ପ୍ରଥମ ନୋବେଲ୍ ପୁରସ୍କାର ନୁହେଁ ଶାନ୍ତି ନିକେତନର ପ୍ରତିଷ୍ଠା ସହ ଅନେକ କଳାକୃତୀ ଓ କାବ୍ୟ ସେ ରଚନା କରିଯାଇଛନ୍ତି। ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଏକାଧାରରେଥିଲେ ମହାନ ବିଚାରକ ଓ କବି ।
ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଏପରି ଜଣେ ମହାନ୍ ପ୍ରତିଭା ଯାହାକୁ ସାରା ଦେଶ ମନେପକାଇଥାଏ । ଭାରତର ଜାତୀୟ ସଂଙ୍ଗୀତର ରଚିୟତା । ସାରି ବିଶ୍ୱରେ ଭାରତ ପ୍ରତି ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏକ ବିତ୍ତଶାଳୀ ବଙ୍ଗାଳୀ ପରିବାରରେ ରବୀନ୍ଦ୍ରନାଥ ଠାକୁରଙ୍କ ଜନ୍ମ । ହେଲେ ପିଲାଦିନୁ ସାହିତ୍ୟ ପ୍ରତି ତାଙ୍କର ରୁଚି ଥିଲା । ତାଙ୍କ ଭିତରେ ଅନେକ ବୈଚାରିକ ଶକ୍ତି ରହିଥିଲା ।
ପିଲାବେଳୁ ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର କବିତା ରଚନା କରୁଥିଲେ । ରବୀନ୍ଦ୍ରନାଥ ଠାକୁର ପ୍ରଥମେ ଗାନ୍ଧିଜୀଙ୍କୁ ମହାତ୍ମା କହିଥିଲେ । କବି ବିଚାରକ ଭାବେ ସେ ବେଶ୍ ପ୍ରସିଦ୍ଧ ।