୧୯୨୫ ମସିହାରେ କାଶୀରେ ପ୍ରବାସୀ ବଙ୍ଗୀୟଙ୍କର ସାହିତ୍ୟ ସମ୍ମିଳନୀର ସ୍ଥାପନା କରିଥିଲେ ଗୁରୁଦେବ

0 1,276

ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ନିଜର କାବ୍ୟ କବିତା ଗୀତାଞ୍ଜଳୀ ପାଇଁ ନୋବେଲ ପୁରସ୍କାର ପାଇଛନ୍ତି। ସାହିତ୍ୟ ପ୍ରତି ଗୁରୁବେଦ ରବୀନ୍ଦ୍ରନାଥ ଠାକୁରଙ୍କର ଅବଦାନ ଅତୁଳନୀୟ । ୧୯୨୫ ମସିହାରେ କାଶୀ ପ୍ରବାସ ସମୟରେ ଗୁରୁବେଦ ରବୀନ୍ଦ୍ରନାଥ ଠାକୁର କାଶୀରେ ପ୍ରବାସୀ ବଙ୍ଗ ସାହିତ୍ୟ ସମ୍ମିଳନୀର ସ୍ଥାପନା କରିଥିଲେ।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଥିବା ଭାରତ କଳା ଭବନର ସ୍ଥାପନା ଦିନରୁ କାଶୀ ସହ ଗୁରୁଦେବଙ୍କ ସମ୍ପର୍କ ଆହୁରୀ ଗଭୀର ହୋଇଥିଲା । ଏହାର ଉନ୍ନତି ପାଇଁ ଗଠନ କରାଯାଇଥିବା ପରାମର୍ଶଦାତା କମିଟିର ସେ ପ୍ରଥମ ସଭାପତି ରହିଥିଲେ ।

ଏବେବି ଗୁରୁବେଦ ରବୀନ୍ଦ୍ରନାଥ ଠାକୁର ତିଆରି କରିଥିବା ଅନେକ ସ୍କେଚ ଓ ଛବି ସେଠାରେ ଶୋଭା ପାଉଛି । କାଶୀରେ ଗୁରୁବେଦ ରବୀନ୍ଦ୍ରନାଥ ଠାକୁରଙ୍କ ପରିବାରର ଏକ ବଡ ଘର ଥିଲା । ଏବେବି ଏହି ଘରେ କାଶୀରେ ରହିଛି। ଏକଦା ଏହା ବେଶ୍‌ ଚଲଚଞ୍ଚଳ ରହୁଥିଲା ।

Leave A Reply