ଗୀତଞ୍ଜଳୀ ପାଇଁ ନୋବେଲ୍‌ ପୁରସ୍କାର ପାଇଥିଲେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର

0 4,370

 

ଗୀତଞ୍ଜଳୀ ପାଇଁ ନୋବେଲ୍‌ ପୁରସ୍କାର ପାଇଥିଲେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର । ଏହି ରଚନା ପାଇଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କୁ ୧୯୧୩ ମସିହାରେ ନୋବେଲ୍‌ ପୁରସ୍କାର ମିଳିଥିଲା । ଏଥିପିଁ ୧୯୧୫ ମସିହାରେ ତାଙ୍କୁ ସାର୍‌ ଉପାଧୀ ପ୍ରଦାନ କରାଯାଇଥିଲା ।
ସେହି ସମୟରେ ଅନ୍ତର୍ଜାତୀୟ ସ୍ତରରେ ଭାରତର ଏକ ନୂତନ ପରିଚୟ ସୃଷ୍ଟି କରିଥିଲା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଏକି କାଳଜୟୀ ରଚନା ।
ମାତ୍ର ଜାଲିଓ୍ୱାନାବାଗ ହତ୍ୟାକାଣ୍ଡପରେ ସେ ସାର୍‌ ଉପାଧୀ ତ୍ୟାଗ କରିଦେଇଥିଲେ । ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ନିଜର କାବ୍ୟ କବିତା ଗୀତାଞ୍ଜଳୀ ପାଇଁ ନୋବେଲ ପୁରସ୍କାର ପାଇଛନ୍ତି। ସାହିତ୍ୟ ପ୍ରତି ଗୁରୁବେଦ ରବୀନ୍ଦ୍ରନାଥ ଠାକୁରଙ୍କର ଅବଦାନ ଅତୁଳନୀୟ । ୧୯୨୫ ମସିହାରେ କାଶୀ ପ୍ରବାସ ସମୟରେ ଗୁରୁବେଦ ରବୀନ୍ଦ୍ରନାଥ ଠାକୁର କାଶୀରେ ପ୍ରବାସୀ ବଙ୍ଗ ସାହିତ୍ୟ ସମ୍ମିଳନୀର ସ୍ଥାପନା କରିଥିଲେ।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଥିବା ଭାରତ କଳା ଭବନର ସ୍ଥାପନା ଦିନରୁ କାଶୀ ସହ ଗୁରୁଦେବଙ୍କ ସମ୍ପର୍କ ଆହୁରୀ ଗଭୀର ହୋଇଥିଲା । ଏହାର ଉନ୍ନତି ପାଇଁ ଗଠନ କରାଯାଇଥିବା ପରାମର୍ଶଦାତା କମିଟିର ସେ ପ୍ରଥମ ସଭାପତି ରହିଥିଲେ ।

ଏବେବି ଗୁରୁବେଦ ରବୀନ୍ଦ୍ରନାଥ ଠାକୁର ତିଆରି କରିଥିବା ଅନେକ ସ୍କେଚ ଓ ଛବି ସେଠାରେ ଶୋଭା ପାଉଛି । କାଶୀରେ ଗୁରୁବେଦ ରବୀନ୍ଦ୍ରନାଥ ଠାକୁରଙ୍କ ପରିବାରର ଏକ ବଡ ଘର ଥିଲା । ଏବେବି ଏହି ଘରେ କାଶୀରେ ରହିଛି। ଏକଦା ଏହା ବେଶ୍‌ ଚଲଚଞ୍ଚଳ ରହୁଥିଲା ।

Leave A Reply