ନଭେମ୍ବର ୨୦୧୮ରେ ଜିଏସଟି ରାଜସ୍ୱ ସଂଗ୍ରହ ୯୭ ହଜାର କୋଟି ଟଙ୍କା ଟପିଲା

0 484

ନୂଆଦିଲ୍ଲୀ . – ନଭେମ୍ବର ୨୦୧୮ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ବସ୍ତୁ ଏବଂ ସେବା କର (ଜିଏସଟି)ରୁ ୯୭ ହଜାର କୋଟି ଟଙ୍କାରୁ ଅଧିକ ଆୟ ହୋଇଛି । ଏହି ଅବଧିରେ ମୋଟ ଜିଏସଟି ଟିକସ ସଂଗ୍ରହ ୯୭,୬୩୭ କୋଟି ଟଙ୍କା ରହିଥିଲା । ଏଥିମଧ୍ୟରୁ ସିଜିଏସଟି ୧୬୮୧୨ କୋଟି ଟଙ୍କା, ଏସଜିଏସଟି ୨୩୦୭୦ କୋଟି ଟଙ୍କା ଏବଂ ଆଇଜିଏସଟି ୪୯୭୨୬ କୋଟି ଟଙ୍କା (ଆମଦାନୀରୁ ସଂଗୃହିତ ୨୪୧୩୩ କୋଟି ଟଙ୍କା ସମେତ) ଏବଂ ଉପକର ୮୦୩୧ କୋଟି ଟଙ୍କା (ଆମଦାନୀରୁ ଏକତ୍ରିତ ୮୪୨ କୋଟି ଟଙ୍କା ସମେତ) ଥିଲା ।

ଅକ୍ଟୋବର ମାସ ଲାଗି ୩୦ ନଭେମ୍ବର ୨୦୧୮ ସୁଦ୍ଧା ସର୍ବମୋଟ ୬୯.୬ ଲକ୍ଷ ଜିଏସଟିଆର ୩ ବି ରିଟର୍ଣ୍ଣ ଦାଖଲ କରାଯାଇଛି ।

ସରକାର ନିୟମିତ ପରିଶୋଧ ଆକାରରେ ଆଇଜିଏସଟିରୁ ସିଜିଏସଟି ଆକାରରେ ୧୮୨୬୨ କୋଟି ଟଙ୍କା ଏବଂ ଏସଜିଏସଟି ଆକାରରେ ୧୫୭୦୪ କୋଟି ଟଙ୍କା ପରିଶୋଧ କରିଛନ୍ତି । ନଭେମ୍ବର ୨୦୧୮ରେ ନିୟମିତ ଏବଂ ଅସ୍ଥାୟୀ ପରିଶୋଧ ପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହାସଲ କରାଯାଇଥିବା ମୋଟ ରାଜସ୍ୱ ସିଜିଏସଟି ଲାଗି ୩୫୦୭୩ କୋଟି ଟଙ୍କା ଏବଂ ଏସଜିଏସଟି ଲାଗି ୩୮୭୭୪ ଟଙ୍କା ରହିଥିଲା ।

ଅଗଷ୍ଟ-ସେପ୍ଟେମ୍ବର ୨୦୧୮ ଲାଗି ରାଜ୍ୟଗୁଡ଼ିକୁ ଜିଏସଟି ପରିଶୋଧ ରୂପରେ ୧୧୯୨୨ କୋଟି ଟଙ୍କା ଜାରି କରାଯାଇଛି ।

Leave A Reply