ଏବେ ରେଳରେ ମହିଳାଙ୍କୁ ମିଳିବ ଅଧିକ ସଂରକ୍ଷିତ ଆସନ(ସିଟ୍‌)

0 489

ନୂଆଦିଲ୍ଲୀ . -ଟ୍ରେନ ଯାତ୍ରାରେ ମହିଳା ଯାତ୍ରୀମାନଙ୍କ ସୁବିଧା ପାଇଁ ସଂରକ୍ଷିତ ଆସନ ଗୁଡ଼ିକରେ ସେମାନଙ୍କ ସକାଶେ ଆସନ ସଂରକ୍ଷଣ ରଖିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ରାଜଧାନୀ/ଦୂରନ୍ତୋ/ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଟ୍ରେନ (୩ ଏସି କ୍ଲାସ ଉପଲବ୍ଧ ଥିବା) ଗୁଡ଼ିକରେ ତୃତୀୟଶ୍ରେଣୀ ଏସିରେ ୬ଟି ବର୍ଥ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ । ମହିଳାମାନଙ୍କ ବୟସ ଯାହା ହୋଇଥିଲେ ମଧ୍ୟ ଏବଂ ସେମାନେ ଏକୁଟିଆ କିମ୍ବା ଗ୍ରୁପରେ ଯାତାୟାତ କରୁଥିଲେ ବି ଏହି ସଂରକ୍ଷଣ ସୁବିଧା ମିଳିବ ।

ଏବେ ମହିଳା ଯାତ୍ରୀମାନଙ୍କୁ ଏ କ୍ଷେତ୍ରରେ ମିଳୁଥିବା ସୁବିଧାଗୁଡ଼ିକ ହେଲା;

ମେଲ୍/ଏକ୍ସପ୍ରେସ ଟ୍ରେନଗୁଡ଼ିକରେ ୬ଟି ସ୍ଲିପରଶ୍ରେଣୀ ଆସନ ବଗିର ତୃତୀୟ ଖଣ୍ଡରେ ନିର୍ଦ୍ଧାରିତ କରାଯାଇଛି । ମହିଳା ଯାତ୍ରୀଙ୍କ ବୟସ ଯାହା ହୋଇଥିଲେ ବି ଏବଂ ସେମାନେ ଏକୁଟିଆ କିମ୍ବା ଗ୍ରୁପରେ ଯାତାୟାତ କରୁଥିଲେ ବି ଏହି ସୁବିଧା ପାଇପାରିବେ ।
ଗରିବ ରଥ ଏକ୍ସପ୍ରେସ ଟ୍ରେନଗୁଡ଼ିକରେ ଏସି ତୃତୀୟ ଶ୍ରେଣୀରେ ୬ଟି ଆସନ ମହିଳାଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି । ମହିଳା ଯାତ୍ରୀଙ୍କ ବୟସ ଯାହା ହୋଇଥିଲେ ବି ଏବଂ ସେମାନେ ଏକୁଟିଆ କିମ୍ବା ଗ୍ରୁପରେ ଯାତାୟାତ କରୁଥିଲେ ବି ଏହି ସୁବିଧା ପାଇପାରିବେ ।
ସ୍ଲିପର ଶ୍ରେଣୀର ସମସ୍ତ ସଂରକ୍ଷିତ ଟ୍ରେନରେ ସ୍ଲିପର ଶ୍ରେଣୀର ପ୍ରତ୍ୟେକ ବଗିର ୬ଟି ତଳ ବର୍ଥ, ଏସି ଥ୍ରୀଟାୟର ଓ ଏସି ଟୁଟାୟର ପ୍ରତ୍ୟେକ ବଗିରେ ୩ଟି ତଳ ବର୍ଥ ବରିଷ୍ଠ ନାଗରିକ ୪୫ ବର୍ଷରୁ ଅଧିକ ବୟସର ମହିଳା ଯାତ୍ରୀ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି । ରାଜଧାନୀ/ଦୂରନ୍ତୋ ଏବଂ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏକ୍ସପ୍ରେସ ଟ୍ରେନ କ୍ଷେତ୍ରରେ ତୃତୀୟଶ୍ରେଣୀ ଏସିରେ ଏହି ସଂରକ୍ଷଣ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ଡବାରେ ୪ଟି ତଳ ବର୍ଥ ମହିଳାଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି । କିନ୍ତୁ ସାଧାରଣ ମେଲ ଓ ଏକ୍ସପ୍ରେସ ଟ୍ରେନରେ ପ୍ରତି ବଗିରେ ୩ଟି ତଳ ବର୍ଥକୁ ମହିଳାଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି ।

Leave A Reply