ନୂଆଦିଲ୍ଲୀ – କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି । ଅର୍ଥ ବ୍ୟବସ୍ଥା ଉପରେ ଏହାର ଖରାପ ପ୍ରଭାବ ପଡିଛି । ସରକାର ଖର୍ଚ୍ଚ କାଟ କରିବାପାଇଁ କର୍ମଚାରୀଙ୍କର କିଛି ଦରମା ପିଏମ୍ କେୟାରସ୍ ଫଣ୍ଡରେ ଜମା କରିବେ । ୨୦୨୦ ଜାନୁଆରୀରୁ ମିଳିବା ପାଇଁ ଥିବା ୪ ପ୍ରତିଶତ ମହଙ୍ଗା ଭତ୍ତା ବି ଟଳିପାରେ । ଏବେ ବର୍ଷ ସାରା ପିଏମ୍ କେୟାର୍ସ ଫଣ୍ଡରେ ଦାନ ଦେବା ପାଇଁ ପଡିବ । ରେଳ, ସଡକ ପରିବହନ, ଶକ୍ତି ଶିକ୍ଷା ଓ କେନ୍ଦ୍ରୀୟ ସୁରକ୍ଷା ବଳରେ ପଦୋନ୍ନତି ବଦଳି ଉପରେ ରୋକ୍ ଲାଗିପାରେ ।
କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯ।ଇଛି । ଏହା ଦେଶର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି । ଏବେ ଖର୍ଚ୍ଚ କାଟ ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିପାରନ୍ତି । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ଖର୍ଚ୍ଚ କାଟ କରିବେ । ସରକାରୀ କର୍ମଚାରୀ ପ୍ରତିମାସର ଗୋଟିଏ ଦିନର ଦରମା ପିଏମ୍ କେୟାର୍ସ ଫଣ୍ଡରେ ଦାନ ଦେବାପାଇଁ କୁହାଯାଇଛି । ଯେଉଁମାନେ ଅଭିଯୋଗ କରିବାର ଅଛି ଉପର ବିଭାଗକୁ ଲିଖିତ ଭାବେ ଜଣାଇବା ପାଇଁ କୁହାଯାଇଛି ।
ଏବେ କରୋନା ସଂଗ୍ରାମ ପାଇଁ ସରକାରୀ ଖଜାନାରୁ ପ୍ରତିଦିନ ଅର୍ଥ ଦିଆଯାଉଛି । ଲକ୍ଡାଉନ୍ ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି । ମାତ୍ର ଟଙ୍କା ଠାରୁ ଲୋକଙ୍କର ଜୀବନ ବଡ ହୋଇଥିବାରୁ ଲକ୍ଡାଉନ୍ କରାଯାଇଛି । ପିଏମ୍ କେୟାରସ୍ରେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କର ଏକ ଦିନର ଦରମା ପିଏମ୍ କେୟାର୍ସ ଫଣ୍ଡରେ ଜମା କରାଯାଇଛି ।
ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଓ ଅର୍ଦ୍ଧ ସୈନିକ ବଳର ମାସର ଗୋଟିଏ ଦିନର ଦରମା ପିଏମ୍ କେୟାର୍ସ ଫଣ୍ଡରେ ଜମା କରାଯିବ । ୨୦୨୧ ମାର୍ଚ୍ଚ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏପରି ଦାନ କରିବା ପାଇଁ ପଡିପାରେ ।
୨୦୧୯ ରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ୫ ପ୍ରତିଶତ ମହଙ୍ଗା ଭତ୍ତା ଦିଆଯାଇଥିଲା । ମାନେ ଡିଏ ୧୨ରୁ ୧୭ ପ୍ରତିଶତ ହୋଇଯାଇଥିଲା । ଏଥର ୪ ପ୍ରତିଶ ଦେବାପାଇଁ ଘୋଷଣା କରିବା ପରେ ଏହା ୨୧ ପ୍ରତିଶତ ହୋଇଯାଇଥିଲା । ମାତ୍ର ଏବେ ଏହି ସମ୍ଭାବନା ଧୂଆଁଳିଆ ହୋଇଯାଇଛି । ପଦୋନ୍ନତି ଉପରେ ଏବେ ରୋକ୍ ଲଗାଯିବ । ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ମଧ୍ୟରୁ ୧୦ ଲକ୍ଷଙ୍କର ପଦୋନ୍ନତି ହେବାର ଥିଲା ଓ ସରକାରୀ ଅର୍ଥ କୋଷ ଉପରେ ପଡିବାକୁ ଥିବା ପ୍ରଭାବ ଅଧିକ ହୋଇଥାଆନ୍ତା । ଏବେ ଓଭର୍ଟାଇମ୍ ଡିଏ ଓ ଅନ୍ୟ ଭତ୍ତା କାଟିବା ପାଇଁ ପରାମର୍ଶ ଦିଆଯାଇଛି ।