ଦେଶର ୯୩ ପ୍ରତିଶତ ଲୋକ ଏହି ଜରୁରୀ ପରିସ୍ଥିତିରେ କୋଭିଡ୍-୧୯ ନିୟନ୍ତ୍ରଣ ପାଇଁ ମୋଦୀ ସରକାରଙ୍କ ପଦକ୍ଷେପକୁ କରୁଛନ୍ତି ସମର୍ଥନ- ସର୍ଭେ
ନୂଆଦିଲ୍ଲୀ – ଏବେ ଦେଶରେ କରୋନା ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଏପ୍ରିଲ ୨୩ ତାରିଖ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା ୭୦୦ ପାଖାପାଖି । ଏହି ଜରୁରୀ ପରିସ୍ଥିତିରେ ମୋଦୀ ସରକାର ଯେପରି କରୋନା ନିୟନ୍ତ୍ରଣ ପାଇଁ ଜୁରୁରୀକାଳିନ ପଦକ୍ଷେପ ଗ୍ରହଣ କରିଛନ୍ତି ତାକୁ ଦେଶର ୯୩ ପ୍ରତିଶତ ଲୋକ ସମର୍ଥନ କରୁଛନ୍ତି । ଏକ ସର୍ଭେ ରିପୋର୍ଟରୁ ଏହା ଜଣା ପଡିଛି ।
ମୋଦୀଙ୍କ ନେତୃତ୍ୱରେ ସମସ୍ତେ ଦୃଢ ଆଶା ଓ ବିଶ୍ୱାସ ରଖିଛନ୍ତି ବୋଲି ଅନେକ କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି । ଭାରତର ଜନ ସାଧାରଣ ମଧ୍ୟ ମୋଦୀଙ୍କର ବିଭିନ୍ନ ପଦକ୍ଷେପରେ ଦୃଶ ବିଶ୍ୱାସ ପ୍ରଦର୍ଶନ କରିଛନ୍ତି । କରୋନା ମୁକାବିଲା ପାଇଁ ମୋଦୀ ଦେଶକୁ ସଠିକ୍ ମାର୍ଗରେ ପରିଚାଳନା କରିବେ ବୋଲି ଗୁରୁବାରରେ କରାଯାଇଥିବା ଏକ ସର୍ଭେ ବା ସର୍ବେକ୍ଷଣରୁ ଜଣା ପଡିଛି ।
ମାର୍ଚ୍ଚ ୧୬ ତାରିଖରୁ ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ଭାରତ ସରକାର କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ସଠିକ୍ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଏକ ସର୍ବେକ୍ଷଣ କରାଯାଇଥିଲା ।
ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ୭୫.୮ ପ୍ରତିଶ ଲୋକ ମୋଦୀ ଠିକ୍ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମତ ପ୍ରକାଶ କରିଥିଲେ । ମାତ୍ର ଏପ୍ରିଲ ୧ ତାରିଖ ବେଳକୁ ଏହାର ପ୍ରତିଶତ ବୃଦ୍ଧି ପାଇଥିଲା । ୮୯.୯ ପ୍ରତିଶ ଲୋକ ମୋଦୀ ସଠିକ୍ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଥିଲେ । ସର୍ବେକ୍ଷଣ ଶେଷ ଏପ୍ରିଲ ୨୧ ତାରିଖରେ ୯୩ ପ୍ରତିଶତ ଲୋକ ମୋଦୀ ସଠିକ୍ ପଦକ୍ଷେପ ଗ୍ରହଣ କରିଥିବା କଥା ପ୍ରକାଶ କରିଛନ୍ତି ।
ବୁଧବାରରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ ମୋଦୀଙ୍କ ନେତୃତ୍ୱକ ପ୍ରଶଂସା କରିବା ସହ କରୋନାମୁକାବିଲା ପାଇଁ ନେଇଥିବା ଦୃଢ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଭାରତରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପକୁ ବିଲ୍ ଗେଟସ୍ ପ୍ରଶଂସା କରିଛନ୍ତି ।