ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରସିଦ୍ଧ ଗୋସାଣୀଯାତ ଅନୁଷ୍ଠିତ ହେଉଛି

143

ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରସିଦ୍ଧ ଗୋସାଣୀଯାତ ଅନୁଷ୍ଠିତ ହେଉଛି । ଷୋଳପୂଜା ପରେ ଦଶହରା ପରଦିନ ଏକାଦଶୀ ତିଥିରେ ସିଂହଦ୍ୱାର
ସମ୍ମୁଖରେ ଦେବୀମାନଙ୍କର ଯେଉଁ ମେଳଣ ହୁଏ ତାହାକୁ ଗୋସାଣୀଯାତ ବୋଲି କୁହାଯାଇଥାଏ । ପୀଠରେ ବିସର୍ଜନ କରାଯିବା ପରେ ମୃଣ୍ମୟୀ ମୂର୍ତ୍ତିମାନଙ୍କୁ ମେଳଣ ଉଦେଶ୍ୟରେ ନିଆଯାଏ ।

ମନ୍ତ୍ରଦ୍ୱାରା ବିସର୍ଜିତ ମୂର୍ତ୍ତି ମେଳଣକୁ ଆସିଥିବାରୁ ସେମାନଙ୍କୁ ଗୋସାଣୀ ବୋଲି କୁହାଯାଇଥାଏ । ସହରରେ ନିର୍ମିତ ମୃଣ୍ମୟ ପ୍ରତିମା ସବୁକୁ ଆଜି ସଂଧ୍ୟାରେ ସିଂହଦ୍ୱାର ସମ୍ମୁଖ ବଡଦାଣ୍ଡରେ ରଖାଯିବ । ଲକ୍ଷାଧିକ ଶ୍ରଦ୍ଧାଳୁ କଡା ପୁଲିସ ସୁରକ୍ଷା ମଧ୍ୟରେ ବଡଦାଣ୍ଡରେ ବୁଲି ଗୋସାଣୀ ମୂର୍ତ୍ତି ସବୁ ଦେଖିବା ଲାଗି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ବିଳମ୍ବିତ ରାତିରେ ଗୋସାଣୀ ସବୁକୁ ଶୋଭାଯାତ୍ରାରେ ନିଆଯାଇ
ପ୍ରଶାସନ ପକ୍ଷରୁ ମଙ୍ଗଳାଘାଟ ଠାରେ ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି ।

Comments are closed, but trackbacks and pingbacks are open.