ମହାଭାରତରେ ଲୁଚି ରହିଛି ସଫଳତାର ରହସ୍ୟ

0 2,375

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଏମିତି କିଛି ଗ୍ରନ୍ଥ ଓ ପୁରାଣ ରହିଛି, ଯାହା ଆମକୁ ଜୀବନ ଦର୍ଶନ ଓ ପଥ ପ୍ରଦର୍ଶନ ବାବଦରେ ରାସ୍ତା ଦେଖାଇଥାଏ । ମହାଭାରତ ମଧ୍ୟ ଏମିତି ଏକ ଗ୍ରନ୍ଥ ଅଟେ ଯେଉଁଥିରେ ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଇବାର ମନ୍ତ୍ର ଲୁଚି ରହିଛି । ମହାଭାରତ ଅନୁସାରେ ଯଦି ଆପଣ ମଧ୍ୟ ସଫଳତା ଚାହୁଁଛନ୍ତି ତା’ହେଲେ ପ୍ରଥମେ ନିଜର ଅନ୍ତରାତ୍ମାକୁ ଦେଖିବାକୁ ପଡିବ । କାରଣ ମନୁଷ୍ୟଙ୍କ ଭିତରର କିଛି ଖରାପ ଗୁଣ ତା’କୁ କେବେ ଆଗକୁ ବଢିବାକୁ ଦିଏ ନାହିଁ । ଯଦି ଆପଣଙ୍କ ଭିତରେ ମଧ୍ୟ ଏହି ଖରାପ ଗୁଣ ଅଛି ତ ତାହାକୁ ଦୂର କରି ଆପଣ ମଧ୍ୟ ସଫଳତା ପାଇପାରିବେ ।

ମହାଭାରତର ଉଦ୍ୟୋଗ ପର୍ବରେ ଲେଖା ଅଛି
‘ଷଡ଼ଦୋଷା: ପୁରୁଷେଣେଃ ହାତବ୍ୟା ଭୂତିମିଚ୍ଛତା ।
ନିଦ୍ରା ତନ୍ଦ୍ରୀ ଭୟଂ କ୍ରୋଧ ଆଳସ୍ୟ ଦୀର୍ଘସୁତ୍ରତା ।’

ଏହି ଶ୍ଲୋକର ଅର୍ଥ ହେଉଛି
ନିଦ: ଆମେ ଅଧିକ ଶୋଇ ସମୟ ବରବାଦ କରିବା ଅନୁଚିତ । ଯେତିକି ଆବଶ୍ୟକ ସେତେିକି ଶୋଇବା ଦରକାର । ଯେତେବେଳେ ଅଧିକ ଶୋଇବାକୁ ମିଳୁଛି ଶୋଇପଡନ୍ତୁ ଓ ଯେତେବେଳେ କୌଣସି କାର୍ଯ୍ୟକୁ କରିବାର ଅଛି ତ ଉଠି କାମ କରନ୍ତୁ ।

ନିଷ୍କ୍ରିୟ: ଏହାର ଅର୍ଥ ହେଉଛି ଶୋଇ ଉଠିବା ପରେ ଯେଉର୍ମାନେ ସଚେତ ନଥାନ୍ତି । କାର୍ଯ୍ୟରେ ସକ୍ରିୟତା ଓ ନିରନ୍ତରତା ଜରୁରୀ ଅଟେ । କିଛି ଲୋକ କାର୍ଯ୍ୟ ସ୍ଥଳରେ ଆଳସ୍ୟ ଦେଖାଯାଇଥାନ୍ତି । ଏଥିରୁ ସଙ୍କେତ ମିଳିଥାଏ ଯେ, ଆଳସ୍ୟ ଯୋଗୁଁ ବ୍ୟକ୍ତି ଏମିତ ହୋଇଥାନ୍ତି ।

ଭୟ: ଭୟଭୀତ ବ୍ୟକ୍ତିର ଆତ୍ମବିଶ୍ୱାସ ନଥାଏ । ସେ ପ୍ରତି କାର୍ଯ୍ୟକୁ ଡରିଥାଏ । ଏଭଳି ବ୍ୟକ୍ତି ନେତୃତ୍ୱ ନେଇପାରନ୍ତି ନାହିଁ । ସଫଳ ହେବାକୁ ହେଲେ ବ୍ୟକ୍ତିକୁ ସାହସୀ ହେବା ଜରୁରୀ ।

କ୍ରୋଧ: କ୍ରୋଧ ଯୋଗୁଁ ବ୍ୟକ୍ତିର ବୁଦ୍ଧି ହ୍ରାସ ପାଇଯାଏ । ବୁଝି ବିଚାରି କାମ କରିବା କ୍ଷମତା ନଷ୍ଟ ହୋଇଯାଇଥାଏ । ଏହାଦ୍ୱାରା ସ୍ୱଭାବ, ଗୁଣ ଓ ଚରିତ୍ର ଉପରେ ପ୍ରଭାବ ପଡ଼ିଥାଏ । କେବଳ ସେତିକି ନୁହେଁ ବ୍ୟକ୍ତି ଉପରେ ଲୋକଙ୍କର ଖରାପ ନଜର ରହିଯାଏ ।

ଆଳସ୍ୟ: ଯେଉଁମାନେ କାମକୁ ଗଡେଇ ଚାଳନ୍ତି, ତାହା ଆଳସ୍ୟ ଯୋଗୁଁ ହୋଇଥାଏ । ଯଦି ଆପଣ ଅଳସୁଆ ଲୋକ ତା’ହେଲେ ଲକ୍ଷ୍ୟ ଆପଣଙ୍କର ଠାରୁ ଦୂରରେ ରହିବ । ଅଳସୁଆ ଲୋକ ସଂକଳ୍ପ ନେଇ ଏହାକୁ ସଫଳ କରିପାରି ନଥାଏ ।

ଦୀର୍ଘସୂତ୍ରତା: ଏହାର ଅର୍ଥ ଯେ, ଯେଉଁ କାର୍ଯ୍ୟ ଆପଣ ଶୀଘ୍ର କରିପାରିବେ, ଏହାକୁ ଶେଷ କରିବାରେ ବିଳମ୍ବ ଲାଗିଲା, ଏହାଦ୍ୱାରା କ୍ଷତି ପହଂଚିବ । ଏମିତି କରି ଆପଣ ଆପଣଙ୍କର ଜୀବନ ବ୍ୟର୍ଥ କରୁଛନ୍ତି । ଅର୍ଥାତ କାମକୁ ଠିକ ସମୟରେ କରାଯିବା ଦରକାର ।

Leave A Reply