ଆପଣଙ୍କ ବିଶ୍ୱାସ ମୋତେ ଏହି କାର୍ଯ୍ୟକ୍ରମରେ ପୁଣି ଥରେ କଥା କହିବାକୁ ସୁଯୋଗ ଦେଇଛି: ମୋଦୀ
ନୂଆଦିଲ୍ଲୀ: ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏ ସରକାର କ୍ଷମତାକୁ ଦ୍ୱିିତୀୟ ଥର ପାଇଁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ରେଡିଓ କାର୍ଯ୍ୟକ୍ରମ ‘ ମନ କୀ ବାତ’ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ନିର୍ବାଚନ ସମୟରେ ଆପଣମାନଙ୍କ ସହିତ କଥା ହୋଇନପାରି ଅବଶୋଷ ରହିଯାଇଥିଲା । ମୁଁ ଏହି କାର୍ଯ୍ୟକ୍ରମରୁ ନିବୃତ ଥିବାରୁ ଦୁଃଖ ଅନୁଭବ କରିଥିଲି । ଫେବୃୟାରୀରେ କହିଥିଲି, ତିନି ଚାରି ମାସ ପରେ ଦେଖା ହେବ । ଲୋକେ ରାଜନୈତିକ ଅର୍ଥ ବାହାର କରନ୍ତୁ । ମୋତେ ଦ୍ୱିତୀୟ ଥର କହିବାକୁ ଆପଣମାନେ ସୁଯୋଗ ଦେଇଛନ୍ତି ।
ମୋଦୀ କହିଛନ୍ତି, ମୋର ପ୍ରିୟ ଦେଶବାସୀ ନମସ୍କାର ଦୀର୍ଘ ସମୟର ବ୍ୟବଧାନ ପରେ ପୁଣି ଆପଣମାନଙ୍କ ଗହଣରେ ଆସିବାକୁ ସୁଯୋଗ ମିଳଛି । ମନ କୀ ବାତ, ଜନ କୀ ବାତ, ଜନ ଜନ କୀ ବାତ ଆଗକୁ ବି ଜାରି ରହିବ ।