ଗୋଦରେଜ୍ ଆଣ୍ଡ୍ ବଏସ୍ ପକ୍ଷରୁ ଆକର୍ଷଣୀୟ ଅଫର ସହ ୧୨୫ତମ ବର୍ଷ ପୂର୍ତି ପାଳନ
୨୦୨୨ ଅକ୍ଟୋବର ୨୫ ପର୍ଯ୍ୟନ୍ତ ୧୨୫ ଭାଗ୍ୟଶାଳୀ ବିଜେତା ଦୈନିକ ୧ ଲକ୍ଷ ଟଙ୍କା ଜିତିପାରିବେ
ଭୁବନେଶ୍ୱର: ଗୋଦରେଜ୍ ଆଣ୍ଡ୍ ବଏସ୍ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା ସହିତ ଉତ୍ସବ ଋତୁ ଏବଂ ୧୨୫ତମ ବର୍ଷ ପୂର୍ତିକୁ ପାଳନ କରାଯାଉଛି । ଏଥିରେ ଗ୍ରାହକମାନେ ଦୈନିକ ଏକ ଲକ୍ଷ ଟଙ୍କାର ନଗଦ ରାଶି ପୁରସ୍କାର ଜିତିପାରିବେ ।
ପ୍ରତି ଉତ୍ସବ ଋତୁରେ ଗୋଦରେଜ୍ ଆଣ୍ଡ୍ ବଏସ୍ ଅଧୀନରେ ଥିବା ବିଭିନ୍ନ ବ୍ରାଣ୍ଡ୍ ଯଥା ଗୋଦରେଜ୍ ଆପ୍ଲାଏନ୍ସେସ୍, ଗୋଦରେଜ୍ ସିକ୍ୟୁରିଟିଜ୍ ସଲ୍ୟୁସନ୍ସ, ଗୋଦରେଜ୍ ଲକ୍ସ ଓ ଗୋଦରେଜ୍ ଇଟେଂରିଓ ପକ୍ଷରୁ ଆକର୍ଷଣୀୟ ରିହାତି ଓ କ୍ୟାସବ୍ୟାକ୍ ପ୍ରୋତ୍ସାହନ ଘୋଷଣା କରାଯାଇଥାଏ । ଚଳିତ ବର୍ଷ ଗୋଦରେଜ୍ ଗ୍ରୁପ୍ର ଏହି ପ୍ରମୁଖ ସଂସ୍ଥା ୧୨୫ତମ ବର୍ଷ ପୂର୍ତିକୁ ଗ୍ରାହକମାନଙ୍କ ସହ ଧୁମଧାମରେ ପାଳନ କରିବାକୁ ଚାହୁଛି । ଗ୍ରାହକମାନେ ଆକର୍ଷଣୀୟ ଅଫର ଜରିଆରେ ବିଭିନ୍ନ ପ୍ରକାର ଅଭିନବ ଏବଂ ନୂଆ ଉତ୍ପାଦକୁ କିଣିବାର ସୁଯୋଗ ପାଇବେ ଏବଂ ଏହା ସହିତ ସେମାନେ ଏକ ଲକି ଡ୍ର’ରେ ଅଂଶଗ୍ରହଣ କରିବେ ଯେଉଁଥିରେ ପ୍ରତିଦିନ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ନଗଦ ରାଶି ଜିତିବାର ସୁଯୋଗ ରହିଛି । ଦୈନିକ ୧୨୫ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ନଗର ରାଶି ପୁରସ୍କାର ଦିଆଯିବ । ଏହି ଅଫର ୨୦୨୨ ଅକ୍ଟୋବର ୨୫ ପର୍ଯ୍ୟନ୍ତ ବୈଧ ରହିବ ।
ଗ୍ରାହକମାନେ ଗୋଦରେଜ୍ ଡଟ୍ କମ୍ରେ ପ୍ରବେଶ କରି ୧୨୫ ଲକି ଡ୍ର’ ବିଭାଗରେ ନିଜକୁ ଲକି ଡ୍ର’ ପାଇଁ ପଞ୍ଜୀକରଣ କରିପାରିବେ । ୨୦୨୨ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତି ୮ଟାରେ ୧୨୫ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯିବ । ନଗଦ ରାଶି ପ୍ରଦାନ କରିବା ପୂର୍ବରୁ ଗ୍ରାହକଙ୍କୁ କିଣାକିଣି କରିଥିବାର ପ୍ରମାଣ ଦେଖାଇବାକୁ ପଡ଼ିବ ।
ଏହି ଅଭିଯାନ ସମ୍ପର୍କରେ ଗୋଦରେଜ୍ ଆଣ୍ଡ୍ ବଏସ୍ର ବରିଷ୍ଠ ଉପ ସଭାବତି ଏବଂ ବ୍ରାଣ୍ଡ୍ ଆଣ୍ଡ୍ ଷ୍ଟ୍ରାଟେଜି ଇନ୍ସାଇଟ୍ସ ମୁଖ୍ୟ ମେହେରନୋସ୍ ପିଠାୱାଲା କହିଛନ୍ତି ଯେ, “ଗୋଦରେଜ୍ ଆଣ୍ଡ୍ ବଏସ୍ରେ ଆମେ ଅନୁଭବକୁ ଅନଲକ୍ କରିବାର ଏକ ଲକ୍ଷ୍ୟ ପଥରେ ରହିଛୁ ଯାହା ଗ୍ରାହକଙ୍କୁ ଯୋଡ଼ିବ ଏବଂ ବିଶ୍ୱାସନୀୟତା ଗଠନ କରିବ । ଏହି ଗୁରୁତ୍ୱପୂର୍ଣ୍ଣ ୧୨୫ତମ ବର୍ଷ ପୂର୍ତି ପାଳନକୁ ଆମେ ଗ୍ରାହକମାନଙ୍କ ପର୍ଯ୍ୟନ୍ତ ପହଂଚାଇବାକୁ ଚାହୁଛୁ । ମହାମାରୀ ପରେ ବଜାର ଖୋଲିଥିବାରୁ ଏହି ଉତ୍ସବ ଋତୁରେ ପାରମ୍ପରିକ ଉତ୍ସବା ନିଶ୍ଚିତ ଫେରିଥିବା ଆମେ ହୃଦୟଙ୍ଗମ କରୁଛୁ । ଏହି ଅଫର ସହିତ ଗୋଦରେଜ୍ ଆପ୍ଲାଏନ୍ସେସ୍, ଗୋଦରେଜ୍ ଲକ୍ସ, ଗୋଦରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ଓ ଗୋଦରେଜ୍ ଇଟେଂରିଓରେ ପ୍ରଦାନ କରୁଥିବା ବିଭିନ୍ନ ବର୍ଗକୁ ନେଇ ଅଧିକ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ।’’
Comments are closed, but trackbacks and pingbacks are open.