ଦି ୱାର୍ଲଡ୍ ରେଙ୍କୀଙ୍ଗ: ସୋଲିନି ବିଶ୍ୱବିଦ୍ୟାଳୟ ଭାରତର ଏକ ନମ୍ବର ଘରୋଇ ବିଶ୍ୱବିଦ୍ୟାଳୟ

112

ଭୁବନେଶ୍ୱର: ହିମାଚଳ ପ୍ରଦେଶର ସୋଲିନି ବିଶ୍ୱବିଦ୍ୟାଳୟ ସମ୍ମାନଜନକ ଟାଇମ୍‌ସ ହାୟର୍ ଏଜୁକେସନ୍ (ଦି) ୱାର୍ଲ ୟୁନିଭର୍ସିଟି ରେଙ୍କୀଙ୍ଗ ୨୦୨୩ରେ ଭାରତର ଏକ ନମ୍ବର ଘରୋଇ ବିଶ୍ୱବିଦ୍ୟାଳୟ ରେଙ୍କ ହାସଲ କରିଛି । ମୋଟ ଉପରେ ଏହି ବିଶ୍ୱବିଦ୍ୟାଳୟ ୩୫୧-୪୦୦ ମଧ୍ୟରେ ସ୍ଥାନ ପାଇଥିବା ବେଳେ ସାଇଟେସନ୍ କ୍ଷେତ୍ରରେ ୩୯ତମ ସ୍ଥାନରେ ରହିଛି ।
୨୦୦୯ରେ ସ୍ଥାପିତ ହୋଇଥିବା ସୋଲିନି ବିଶ୍ୱବିଦ୍ୟାଳୟ ହେଉଛି ଏକ ଗବେଷଣା କୈନ୍ଦ୍ରୀକ ବିଶ୍ୱବିଦ୍ୟାଳୟ ଯାହା ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ରେଟିଂ ଏଜେନ୍ସିର ଶ୍ରେଷ୍ଠ ରେଙ୍କରେ ସ୍ଥାନ ପାଇଛି । ୩୫୧-୪୦୦ ବ୍ୟାଣ୍ଡ୍‌ରେ ସ୍ଥାନ ପାଇଥିବା ସୋଲିନି ବିଶ୍ୱବିଦ୍ୟାଳୟ କେବଳ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍‌ସ ପଛରେ ଥିବା ବେଳେ ବେଙ୍ଗାଲୁରୁର ଜେଏସ୍‌ଏସ୍ ଏକାଡେମି ଅଫ୍ ହାୟର୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ ସହ ରହିଛି ।
ଦି ୱାର୍ଲଡ୍ ରେଙ୍କୀଙ୍ଗକୁ ବିଶ୍ୱର ସର୍ବବୃହତ ଓ ଅନ୍ୟତମ ଲୋକପ୍ରିୟ ରେଙ୍କୀଙ୍ଗ ଭାବେ ବିଚାର କରାଯାଉଛି । କଠୋର ମାନଦଣ୍ଡ ବିଚାରକୁ ନେଇ ବିଶ୍ୱବିଦ୍ୟାଳୟଗୁଡ଼ିକର ଅନୁଶୀଳନ କରାଯାଉଥିବା ବେଳେ ସେହି ଆଧାରରେ ରେଙ୍କୀଙ୍ଗ ପ୍ରଦାନ କରାଯାଉଛି ।
ଏହି ସଫଳତାକୁ ଜାତୀୟ ଗର୍ବ ଭାବେ ବର୍ଣ୍ଣନା କରି ସୋଲିନି ବିଶ୍ୱବିଦ୍ୟାଳୟର କୁଳାଧିପତି ଓ ପ୍ରତିଷ୍ଠାତା ଡକ୍ଟର ପି କେ ଖୋସଲା କହିଛନ୍ତି ଯେ, “ଏହି ରେଙ୍କୀଙ୍ଗ ଆମକୁ ଉଚ୍ଚ ଶିକ୍ଷା ଓ ଗବେଷଣା ପାଇଁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ମାନ୍ୟତା ପ୍ରଦାନ କରିଛି । ପାଠପଢ଼ା ଓ ଗବେଷଣା କ୍ଷେତ୍ରରେ ନୂଆ ମାନଦଣ୍ଡ ସ୍ଥାପନ କରିବା ଲାଗି ଆମ ଫାକଲ୍‌ଟିମାନେ ପ୍ରଦାନ କରିଥିବା ଅକ୍ଳାନ୍ତ ଉଦ୍ୟମର ଏହା ହେଉଛି ସାମଗ୍ରିକ ଫଳାଫଳ । ଷ୍ଟେଟ୍ ଅଫ୍ ଆର୍ଟ ଭିତିଭୂମି, ଉନ୍ନତ ଗବେଷଣା, ଉଚ୍ଚ ଦକ୍ଷ ଫାକ୍‌ଲଟି, ଅତୁଳନୀୟ ଶିଳ୍ପ ସମ୍ପର୍କ, ଉଲ୍ଲେଖନୀୟ ଆନ୍ତର୍ଜାତିକ ସହଯୋଗିତା ଓ ଉନ୍ନତ ପ୍ଲେସମେଂଟ୍ ରେକର୍ଡକୁ ନେଇ ଏହା ଶିକ୍ଷା ପ୍ରତି ବିବିଧ ଦର୍ଶନ ପ୍ରଦାନ କରୁଥିବା ବେଳେ ୨୦୨୬ ସୁଦ୍ଧା ଆମେ ବିଶ୍ୱର ୨୦୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛୁ ।’’
ସୋଲିନି ବିଶ୍ୱବିଦ୍ୟାଳୟର କୁଳପତି ଓ ସହ ପ୍ରତିଷ୍ଠାତା ପ୍ରଫେସର ଅତୁଲ ଖୋସଲା କହିଛନ୍ତି ଯେ, “ଦି ୱାର୍ଲଡ୍ ରେଙ୍କୀଙ୍ଗରେ ୩୫୧-୪୦୦ ବିଶ୍ୱସ୍ତରୀୟ ରେଙ୍କୀଙ୍ଗ ଓ ଭାରତର ଶ୍ରେଷ୍ଠ ଘରୋଇ ବିଶ୍ୱବିଦ୍ୟାଳୟ ଏବଂ ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ ମଧ୍ୟରେ ଦ୍ୱିତୀୟ ଭାବେ ଆମେ ପାଠପଢ଼ା, ଶିକ୍ଷାଦାନ ଓ ଗବେଷଣା ପାଇଁ ଶ୍ରେଷ୍ଠ ମସ୍ତିଷ୍କ ଆକର୍ଷିତ କରିବାକୁ ଚାହିଁରହିଛୁ । ଏକାଡେମିକ୍ ଓ ଶିଳ୍ପରେ ଏହା ଆନ୍ତର୍ଜାତିକ ଓ ଘରୋଇ ସହଯୋଗିତା ପାଇଁ ନୂଆ ସୁଯୋଗର ପଥ ଉନ୍ମୁକ୍ତ କରିବ ।’’
ସୋଲିନି ବିଶ୍ୱବିଦ୍ୟାଳୟର ସଭାପତି-ଇନୋଭେସନ୍ ଆଣ୍ଡ୍ ଟେକ୍ନୋଲୋଜି ଆଶିଷ ଖୋସଲା କହିଛନ୍ତି ଯେ, “ଗବେଷଣା ଓ ନବସୃଜନ ପାଇଁ ଆମେ ଏକ ବଳିଷ୍ଠ ବ୍ୟବସ୍ଥା ବିକଶିତ କରିଛୁ ଏବଂ ବର୍ତମାନ ସୁଦ୍ଧା ୧୧୦୦ ପାଟେଂଟ୍ ପାଇଁ ଆବେଦନ କରିଛୁ ଯାହା ଭାରତରେ ଅନ୍ୟତମ ସର୍ବାଧିକ । ଗବେଷଣା କରିବା ଏବଂ ପାଟେଂଟ୍ ପାଇଁ ଆବେଦନ କରିବା ଲାଗି ଅଣ୍ଡରଗ୍ରାଜୁଏଟ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାରେ ଆମେ ହେଉଛେ ଭାରତର କିଛି ହାତଗଣତି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ବହୁ ମୌଳିକ ପାଠ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ୧୦୦% ପ୍ଲେସ୍‌ମେଂଟ୍ ରେକର୍ଡ ରହିଛି ଏବଂ ଏହା ଶ୍ରେଷ୍ଠ ବହୁଦେଶୀୟ ଓ ଅଗ୍ରଣୀ ଭାରତୀୟ କଂପାନିରେ ଏହାର ଛାତ୍ରଛାତ୍ରୀଙ୍କୁ ୩୦୦୦ ପ୍ଲେସମେଂଟ୍ ପ୍ରଦାନ କରିଛି ।’’

Comments are closed, but trackbacks and pingbacks are open.