ଖାଦ୍ୟ ପ୍ରିୟ ଗମା ପହଲବାନ ଦିନକୁ ଖାଉଥିଲେ ୬କିଲୋ ଚିକେନ

0 412

ନୂଆଦିଲ୍ଲୀ: ୧୦ଲିଟର କ୍ଷୀର, ଅଧା ଲିଟର ଘିଅ, ବହୁତ ଗୁଡିଏ ବାଦାମ ଓ ଜୁସ । ଏହା ବ୍ୟତୀତ ସବୁଦିନ ୬ କେଜି ଚିକେନ ଖାଇ ଯାଉଥିବା ଏମିତି କୌଣସି ବ୍ୟକ୍ତି ନ ଥିବେ । ହେଲେ, ଆଜିଠାରୁ ପ୍ରାୟ ୮୦ ବର୍ଷ ପୂର୍ବରୁ ଏହା ଜଣେ ବ୍ୟକ୍ତିର ଗୋଟିଏ ଦିନର ଖାଇବା ଥିଲା । ଏହି ବ୍ୟକ୍ତିକୁ ‘ରୁସ୍ତମ-ଏ-ଜଂମା’ ନାମରେ ଜଣାଯାଉଥିଲା । ହେଲେ ତାଙ୍କର ପ୍ରସିଦ୍ଧ ନାମ ପହଲବାନ ଅଟେ, ‘ଶେର-ଏ-ପଂଜାବ ଓ ଦ ଗ୍ରେଟ ଗାମା’ ପରି ନାମରେ ନାମିତ କରାଯାଇଥିଲା ।

୧୮୭୮ ମେ’ ମାସ ୨୨ରେ ପଂଜାବର ଅମୃତସରରେ ଜନ୍ମ ହୋଇଥିବା ଗୁଲାମ ମହମ୍ମଦ କେମିତି ପହଲବାନ ହୋଇଥିଲେ ଏହାର ମଧ୍ୟ ଏକ ଭିନ୍ନ କାହାଣୀ ଅଛି । ହେଲେ, ଦେଶର ବିଭାଜନ ବର୍ଷ ୧୯୪୭ ପରେ ଗାମା ପହଲବାନ ଭରତର ନୁହେଁ ବରଂ ପକିସ୍ତାନର ହୋଇଗଲେ । ବାପା ମୁହମ୍ମଦ ମଧ୍ୟ ଜଣେ ପହଲବାନ ଥିଲେ, ଏଥିପାଇଁ ଗାମା ପହଲବାନ ରକ୍ତରେ ମଧ୍ୟ ପହଲବାନ ରହିଥିଲା ।
ଗାମା ପହଲବାନ ଆରମ୍ଭରୁ କୁସ୍ତି ପଂଜାବର ପ୍ରସିଦ୍ଧ ‘ପହଲବାନ ମାଧୋ ସିଂହ’ ଠାରୁ ଶିଖିଥିଲେ । ହେଲେ, ଏହା ପରେ ତାଙ୍କର ଭାଗ୍ୟ ବଦଳି ଗଲା ଓ ତାଙ୍କୁ ଦତିୟାର ମହାରାଜା ଭବାନୀ ସିଂହ ପହଲିବାନ ହେବାର ସୁବିଧା ଦେଲେ । ବର୍ଷ ୧୯୪୭ ଆଗରୁ ଗାମା ପହଲବାନ ଭାରତର ନାମ ସାରା ବିଶ୍ୱରେ ରଖିଥିଲେ । କାଶ୍ମୀରୀ ‘ବଟ’ ପରିବାରରେ ସଂପର୍କ ରଖିଥିବା ଗାମା ପହଲବାନଙ୍କ ବିଷୟରେ ଏମିତି କୁହାଯାଏ ଯେ ସେ ବିଶ୍ୱରେ ଏକମାତ୍ର ଏମିତି ପହଲବାନ ଯିଏ ନିଜର ଜୀବନରେ କୌଣସି କୁସ୍ତି ହାରିନାହାଁନ୍ତି ।

୫.୭ ଇଂଚ ଉଚ୍ଚତା ଥିବା ଗାମା ପହଲବାନ ସେହି ସମୟରେ ବିଶ୍ୱର ସମସ୍ତ ପହଲବାନ ମାନଙ୍କୁ ସହଜରେ ପରାସ୍ତ କରି ଦେଉଥିଲେ । ୧୯ ବର୍ଷ ବୟସରେ ଗାମା ପହଲବାନ ‘ରହିମବ. ସୁଲତାନି ବାଳା’ ପରି ଦିଗଜ୍ଜ ପହଲବାନ ହରାଇଥିଲେ । ଅଦ୍ୱିତୀୟ ଶକ୍ତି, େଓାଜ ଓ ର୍ଫର୍ତ୍ତି ରହିମବ. ସୁଲତାନୀ ବାଳାକୁ ହରାଇବା ପରେ ଗୁଲାମ ମୁହମ୍ମଦ ବା ଗାମା ପହଲବାନର ନାମ ଭାରତରେ କେବଳ ନୂହେଁ ବରଂ ବିଶ୍ୱରେ ପ୍ରସିଦ୍ଧ ହୋଇଗଲା ।

Leave A Reply