ଶାସ୍ତ୍ର ଓ ପରମ୍ପରା ଅନୁସାରେ ରଥାଯାତ୍ରା କରିବା ପାଇଁ ପରାମର୍ଶ ଦେଲେ ଗଜପତି
ପୁରୀ – ପଞ୍ଜାବ ଲୁଧିଆନରେ ଇସ୍କନ ପକ୍ଷରୁ ଅଦିନରେ କରାଯାଉଥିବା ରଥଯାତ୍ରାକୁ ନ କରିବାକୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିବା ସହ ଶାସ୍ତ୍ର ଅନୁଯାୟୀ ପବିତ୍ର ରଥଯାତ୍ରା କରିବାକୁ ପରାମର୍ଶ ଦେଇଛନ୍ତି ।
ଏ ନେଇ ଗଜପତି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି । ପ୍ରତିବର୍ଷ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ । ତେଣୁ ବିଶ୍ୱର ସବୁ ଜଗନ୍ନାଥ ପ୍ରେମୀ ନିର୍ଦ୍ଧାରିତ ତିଥିରେ ଘୋଷଯାତ୍ରା କରିବାକୁ ସେ ଅନୁରୋଧ କରିଛନ୍ତି । ଶ୍ରୀମନ୍ଦିରର ପରମ୍ପରାକୁ ଉଲ୍ଲଙ୍ଘନ କରି ପବିତ୍ର ଯାତ୍ରା ନ କରିବାକୁ ଗଜପତି ମହାରାଜ ପରାମର୍ଶ ଦେଇଛନ୍ତି ।