ଭୁବନେଶ୍ୱର -ଓଡିଶା ସରକାର ଖୁବ୍ ଶୀଘ୍ର ଓମ୍ଫେଡ କ୍ଷୀର ଦର ବୃଦ୍ଧି କରାପାରନ୍ତି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଥିବା ଘରୋଇ ଦୁଗ୍ଧ କମ୍ପାନୀମାନେ ଦର ବୃଦ୍ଧି କରିସାରିଥିବାରୁ ଓମ୍ଫେଡ କ୍ଷୀର ଦର ମଧ୍ୟ ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି। ଉଭୟ ଚାଷୀ ଓ ଖାଉଟି ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଦରବୃଦ୍ଧି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ସୂଚନାଯୋଗ୍ୟ ଯେ, ଓମ୍ଫେଡ ଗତ ୨୦୧୭ରେ ନିଜର ପ୍ରିମିୟମ୍ କ୍ଷୀରର ମୂଲ୍ୟ ଲିଟର ପିଛା ୨ଟଙ୍କା ବୃଦ୍ଧି କରି ୪୦ଟଙ୍କା ଧାର୍ଯ୍ୟ କରିଥିଲା।