ଏକ ଡଲାର ଚୋରି କରି ଜାମିନ ପାଇଁ ୧୨ହଜାର ଡଲାର ଜୋରିମାନା ଦେବେ ମହିଳା
ନ୍ୟୁୟର୍କ ..- ବେଳେ ବେଳେ ଛୋଟ ଅପରାଧ କଲେ ବି ଏହାର ପରିଣାମ ଭୟଙ୍କର ହୋଇଥାଏ । ଏପରି ଏକ ଘଟଣା ଆମେରିକାରେ ଘଟିଛି । ଏକ ଡଲାର ଚୋରି କରି ଜଣେ ମହିଳା ୧୨ ହଜାର ଡଲାର ଜୋରିମାନେ ଗଣିଛନ୍ତି ।
ଜିନା ଡାଏନା(ଛଦ୍ମନାମ) ନାମକ ମହିଳା ଏକ ଖାଦ୍ୟ ବିକା ଯ।ଉଥଇବା ଗାଡ଼ି ନିକଟରୁ ଖାଇବା ଜିନଷ କିଣୁଥିଲେ । ସେହି ସମୟରେ ଅନ୍ୟ ଜଣେ ମହିଳା ସେଠାର ଖାଇବା ଜିନିଷ କିଣିଥିଲେ । ଜିନିଷ ବିକୁଥିବା ଲୋକଜଣଙ୍କ ସେହି ମହିଳାଙ୍କୁ ୨ ଡଲାର ଫେରାଇଥିଲେ । ମାତ୍ର ଜିନା ୧ ଡଲାର ଚୋରି କରି ନେଇଥିଲେ । ଗାଡିରେ ଲାଗିଥିବା କ୍ୟାମେରାରେ ଏହା କଏଦ ହୋଇଥିଲା । ପରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଡାଏନଙ୍କର ନାମରେ ପୂର୍ବରୁ ନିଶା କାରବାର ଡକାୟତି ପରି ମାମଲା ରହିଛି । ଅଦାଲତରେ ଏହି ମାମଲା ବିଚାର ବେଳେ ଡାଏନାଙ୍କୁ ୧୨ ହଜାର ଡଲାର ଜୋରିମାନା ଦେବା ପାଇଁ ନିର୍ଦେଶ ଦିଆଯାଇଛି । ସେ ଏହି ଜୋରିମାନା ନ ଦେଇ ପାରିବାରୁ ଜେଲ୍ରେ ଅଛନ୍ତି ।