ଚନ୍ଦ୍ରଭାଗା ସ୍ୱର୍ଣ୍ଣାର୍ଭ ବେଳାଭୂମିରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌

0 649

ଚନ୍ଦ୍ରଭାଗା ସ୍ୱର୍ଣ୍ଣାର୍ଭ ବେଳାଭୂମିରେ ଆରମ୍ଭ ହେବାକୁ ଥିବା ଇକୋ ରିଟ୍ରିଟ୍‌ ଉତ୍ସବକୁ ଆଜି ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଦ୍‌ଘାଟନ କରାଯିବାର
କାର୍ଯ୍ୟକ୍ରମ ରହିଛି । ଆଜି ଦିନ ସାଢେ ୧୧ଟାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଏହି ଉତ୍ସବ ଆରମ୍ଭ କରିବାକୁ ଥିବାବେଳେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୧ ଟା ୩୫ ମିନିଟ୍‌ରେ ଭିଡ଼ିଓ ବାର୍ତ୍ତା ଦେବେ ।

ସେହିପରି ୧୧ଟା ୪୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବ ଶୁଭାରମ୍ଭ କରିବା ସହ ଭିଡ଼ିଓ ବାର୍ତ୍ତା ଦେବେ ବୋଲି ଆମ ପୁରୀ ସମ୍ବାଦଦାତା ଜଣାଇଛନ୍ତି ।

ଗତବର୍ଷ ପରୀକ୍ଷା ମୂଳକଭାବେ ଚନ୍ଦ୍ରଭାଗା ବେଳାଭୂମିରେ ଏହି ଇକୋରିଟ୍ରିଟ୍‌ ଉତ୍ସବ ଆରମ୍ଭ କରାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି
ଚଳିତ ବର୍ଷ କୋଣାର୍କ ଚନ୍ଦ୍ରଭାଗା ସମେତ ହୀରାକୁଦ, ସାତକୋଶିଆ, ଦାରିଙ୍ଗବାଡ଼ି ଆଦି ସ୍ଥାନରେ ଇକୋ ରିଟ୍ରିଟ୍‌ ଉତ୍ସବ ଆୟୋଜନ
କରାଯାଉଛି । ଗତବର୍ଷ ଅପେକ୍ଷା ଚଳିତବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରାଯାଇଥିବା ବେଳେ କରୋନା କଟକଣା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

ରାଜ୍ୟ ତଥା ରାଜ୍ୟ ବାହାରରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ପଞ୍ଚ ତାରକା ହୋଟେଲ ଭଳି ସମସ୍ତ ସୁବିଧା ସୁଯୋଗ ପାଇବା ସହ ବିଭିନ୍ନ କ୍ରୀଡ଼ାର ମଜା ନେବା ଲାଗି ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଏହି ଉତ୍ସବ ୩ ମାସ ଧରି ଚାଲିବ ବୋଲି ଜଣାପଡିଛି ।

Leave A Reply