ଭୁବନେଶ୍ବର : ଛୋଟ ଛୋଟ ପିଲାଙ୍କ ପ୍ରତିଭାକୁ ସାମନାକୁ ଆଣିବା ଲକ୍ଷ୍ୟରେ ସାମାଜିକ ଅନୁଷ୍ଠାନ ‘ବନ୍ଧୁ’ ପକ୍ଷରୁ ଏହାର ବାର୍ଷିକ କାର୍ୟ୍ୟକ୍ରମ ‘ଛୋଟିଆ ଆଖିରେ ବଡ଼ ସପନ – ଅଙ୍କୁରାୟନ ୨୦୨୦’ ଆସନ୍ତା ଡିସେମ୍ବର ୧୬-୧୮ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଯେକୌଣସି ସ୍ଥାନରେ ରହୁଥିବା ଓଡିଆ ପିଲାମାନେ ଅନଲାଇନରେ ପଞ୍ଜିକରଣ କରି ଏହି ପ୍ରତିଯୋଗିତା କାର୍ୟ୍ୟକ୍ରମରେ ଭାଗ ନେଇପାରିବେ କ୍ଷ ଗତ ୧୪ ବର୍ଷ ଧରି କ୍ରମାଗତ ଭାବେ ଅନୁଷ୍ଠିତ ହେଉଥିବା ‘ବନ୍ଧୁ’ର ଏହି ବାର୍ଷିକ କାର୍ୟ୍ୟକ୍ରମ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଅନଲାଇନ ମାଧ୍ୟମରେ କରାହେଉଛି । ଏହା ଅଙ୍କୁରାୟନର ୧୫ତମ ସଂସ୍କରଣ କ୍ଷ
ଛୋଟ ପିଲାଙ୍କ ବୌଦ୍ଧିକ ଶକ୍ତିର ବିକାଶ ଲକ୍ଷରେ ଆୟୋଜିତ ହେବାକୁ ଯାଉଥିବା କାର୍ୟ୍ୟକ୍ରମର ବିଭିନ୍ନ ବିଭାଗରେ, ଓଡ଼ିଶା କିମ୍ବା ଓଡିଶା ବାହାରେ ରହୁଥିବା ଯେକୌଣସି ଓଡ଼ିଆ ପିଲା ଭାଗ ନେଇ ପାରିବେ । ଭାଗ ନେବାକୁ ଇଛୁକ ପ୍ରତିଯୋଗୀମାନେ www.bandhuodisha.in/ankurayan ରେ ପଞ୍ଜୀକରଣ କରି ପାରିବେ ।
ଚଳିତବର୍ଷ ଅଙ୍କୁରାୟନ କାର୍ୟ୍ୟକ୍ରମରେ ୮ଟି ବିଭାଗ ଯଥା: ସୃଜନିକା, ଇନ୍ଦ୍ରଧନୁ, ସର୍ଜନା, ଚିତ୍ରଉତ୍ତୋଳନ, ମୁରୂଜ, ଝୋଟିଚିତା, ଆବୃତ୍ତି ଓ ବକୃତା ଆଦିରେ ବିଭକ୍ତ କରାଯାଇଛି । ପ୍ରତିଯୋଗିତା ପାଇଁ ପ୍ରତିଯୋଗୀ ମାନଙ୍କୁ ଦୁଇ ଭାଗରେ ଯଥା: ବରିଷ୍ଠ (ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ) ଓ କନିଷ୍ଠ (ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ)ବିଭକ୍ତ କରାଯାଇଛି । ପ୍ରତିଯୋଗିତା ସମ୍ବନ୍ଧୀୟ ସମସ୍ତ ବିବରଣୀ www.bandhuodisha.in/ankurayan ଲିଙ୍କରେ ପାଇ ପାରିବେ ଏବଂ ସୂଚନା ଓ ଅନୁସନ୍ଧାନ ପାଇଁ ୯୪୩୯୨୭୩୨୯୯ / ୬୩୭୦୧୪୪୨୯୯ ନମ୍ବରରେ ଯୋଗାଯୋଗ କରିପାରିବେ ।
ଏ ସମ୍ପର୍କରେ ସୂଚନା ଦେଇ ଅଙ୍କୁରାୟନ ୨୦୨୦ ର ଆବାହକ ଶ୍ରୀ ସୌମ୍ୟ ରଞ୍ଜନ ମହାନ୍ତି କହିଛନ୍ତି ଯେ, “ଛୋଟ ଛୋଟ ପିଲାଙ୍କ ଉଚିତ ଶିକ୍ଷା ସହ ବୌଦ୍ଧିକ ଏବଂ ସୃଜନାତ୍ମକ ବିକାଶ ଉପରେ ହିଁ ନିର୍ଭର କରେ, ରାଜ୍ୟ ଓ ରାଷ୍ଟ୍ରର ବିକାଶ । ଯୁବଗୋଷ୍ଠୀଙ୍କ ମଧ୍ୟରେ ନିଜ ଗାଁ ଓ ମାଟି ପାଇଁ ମମତା ଜାଗ୍ରତ କରିବା ଦିଗରେ ‘ବନ୍ଧୁ’ ସର୍ବଦା ପ୍ରୟାସରତ ।”
ଏ ସମ୍ପର୍କରେ ସୂଚନା ଦେଇ ଅଙ୍କୁରାୟନ-୨୦୨୦ର ଆବାହକ, ଶ୍ରୀ ସୌମ୍ୟ ରଞ୍ଜନ ମହାନ୍ତି କହିଛନ୍ତି ଯେ, “ରାଜ୍ୟ ଏବଂ ରାଷ୍ଟ୍ରର ବିକାଶ ଛୋଟ ପିଲାଙ୍କ ସଠିକ ଶିକ୍ଷା ସହ ବୌଦ୍ଧିକ ଏବଂ ସୃଜନାତ୍ମକ ବିକାଶ ଉପରେ ନିର୍ଭର କରେ । ବନ୍ଧୁ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ନିଜ ଗାଁ ଓ ମାଟି ପାଇଁ ମମତା ଜାଗ୍ରତ କରିବା ଦିଗରେ ସର୍ବଦା ପ୍ରୟାସରତ । ବନ୍ଧୁ ଏହାର ବାର୍ଷିକୋତ୍ସବ ‘ଆଙ୍କୁରାୟନ’କୁ କରୋନାକୁ ଦୃଷ୍ଟିରେ ରଖି ଅନଲାଇନ ମାଧମରେ ପରିଚାଳନା କରିବ । ଏଥିରେ ରାଜ୍ୟ କିମ୍ବା ବାହାରେ ରହୁଥିବା ଯେକୌଣସି ଓଡିଆ ପିଲା ଭାଗନେଇ ନିଜର ପ୍ରତିଭା ଦେଖାଇ ପାରିବେ ।”
Sign in
Sign in
Recover your password.
A password will be e-mailed to you.