ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନଫରେନସିଂ ମାଧ୍ୟମରେ ବ୍ୟକ୍ତି ଏବଂ ଅଭିପ୍ରାୟ କୈନ୍ଦ୍ରିକ ଡିଜିଟାଲ ଦେୟ ବ୍ୟବସ୍ଥା ଇ-ରୁପିର ଶୁଭାରମ୍ଭ

0 81

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନଫରେନସିଂ ମାଧ୍ୟମରେ ବ୍ୟକ୍ତି ଏବଂ ଅଭିପ୍ରାୟ କୈନ୍ଦ୍ରିକ ଡିଜିଟାଲ ଦେୟ ବ୍ୟବସ୍ଥା ଇ-ରୁପିର ଶୁଭାରମ୍ଭ କରିବେ । ଇ-ରୁପି ହେଉଛି ଡିଜିଟାଲ ଦେୟ ପାଇଁ ଏକ ନଗଦ ବିହୀନ ଏବଂ ସମ୍ପର୍କ ବିହୀନ ଉପକରଣ । ଏହା ହେଉଛି ଏକ ଭିତ୍ତିକ ଇ-ଭାଉଚର, ଯାହା ହିତାଧିକାରୀଙ୍କ ମୋବାଇଲକୁ ପ୍ରେରଣ କରାଯାଇଥାଏ । ଏହି ‘ସୁଗମ ଏକକାଳୀନ ଦେୟ ବ୍ୟବସ୍ଥା’ର ବ୍ୟବହାରକାରୀମାନେ ସେବାପ୍ରଦାନକାରୀଙ୍କଠାରୁ କାର୍ଡ, ଡିଜିଟାଲ ଦେୟ ଆପ୍‌ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ବିନା ଦେୟରେ ପାଇପାରିବେ ।

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଆର୍ଥିକସେବା ବିଭାଗ ସହଯୋଗରେ ଭାରତୀୟ ଜାତୀୟ ଦେୟ ନିଗମର ୟୁ.ପି.ଆଇ. ମଞ୍ଚରେ ଏହାକୁ ବିକଶିତ କରାଯାଇଛି । ସ୍ୱଚ୍ଛ ପ୍ରଶାସନର ଏହା ଏକ ପ୍ରତିଫଳନ ହେବ । ଏହି ଡିଜିଟାଲ ମାଧ୍ୟମରେ ହିତାଧିକାରୀ ମାତୃ ଏବଂ ଶିଶୁକଲ୍ୟାଣ, ଟି.ବି. ନିରାକରଣ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଏବଂ କୃଷି ସାର ସବ୍‍ସିଡି ଯୋଜନାର ସୁଫଳ ପାଇପାରିବେ ।

Leave A Reply