ଭୁବନେଶ୍ୱର – ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ବିବାଦରେ ଥିବା ବିଧାନସଭା ଡିସ୍ପେନସରୀରେ ଡାକ୍ତର ଲଳିତ ବେହେରାଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଓଡ଼ିଶା ପ୍ରଶାସନିକ ସେବା ଆଇନ୍ ଅନୁଯାୟୀ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।
ସେ ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚଳିତ ମାସ ୧୬ ତାରିଖରେ ବିଧାନସଭା ଡାକ୍ତରଖାନାରେ ଚିକିତ୍ସା କରିଥିବା ଅଭିଯୋଗ ହୋଇଛି ।