ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ପରେ ସ୍ୱାସ୍ଥ୍ୟବିଭାଗ, ଡାକ୍ତରଖାନା ଓ ନର୍ସିଂହୋମ୍‍ ଗୁଡ଼ିକ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି

0 439

ଭୁବନେଶ୍ୱର –  ରାଜ୍ୟରେ ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟବିଭାଗ, ଡାକ୍ତରଖାନା ଓ ନର୍ସିଂହୋମ୍‍ ଗୁଡ଼ିକ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । କରୋନା ସଂକ୍ରମଣ ଚିହ୍ନଟ ସମ୍ପର୍କରେ ଏହି ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ ଯେକୌଣସି ହସ୍‍ପିଟାଲରେ କରୋନା ସଂକ୍ରମଣ ଚିହ୍ନଟ ହେବା ମାତ୍ରେ ସଂପୃକ୍ତ ପ୍ରତିଷ୍ଠାନ

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବେ । ସଂପୃକ୍ତ ରୋଗୀଙ୍କୁ ତୁରନ୍ତ ଏକକ କ୍ୟାବିନ୍‍ରେ ରଖିବେ ଏବଂ ଯଦି ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥାଏ ତେବେ ସେହି ୱାର୍ଡରେ ଥିବା ଅନ୍ୟ ସମସ୍ତ ରୋଗୀଙ୍କୁ ସେହି କୋଠାର ଅଲଗା ୱାର୍ଡକୁ ସ୍ଥାନାନ୍ତର ସହ ସେମାନଙ୍କୁ ଆଇସୋଲେସନରେ ୧୪ଦିନ

ରଖାଯିବ । ସେହି ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ୧୪ଦିନିଆ ଆଇସୋଲେସନରେ ରହିବେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି । କରୋନା ସଂକ୍ରମିତ ରୋଗୀଙ୍କୁ

ଡାକ୍ତରଖାନାରୁ କଢ଼ାଯିବା ପରେ ଆଇସୋଲେସନ ରୁମ୍‍ ଏବଂ ରୋଗୀ ସହ ସମ୍ପର୍କିତ ଓ ବ୍ୟବହୃତ ସମସ୍ତ ଉପକରଣକୁ ସଂକ୍ରମଣମୁକ୍ତ କରାଯିବ ।

Leave A Reply