ନିରାଡମ୍ବରରେ ପାଳିତ ହେଲା ଦୀପାବଳି

0 1,379

ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଆଜି ସାରା ରାଜ୍ୟରେ ପାଳନ କରାଯାଉଛି । ଗତକାଲିଠାରୁ ଅନେକ ଲୋକ ରଙ୍ଗବେରଙ୍ଗ ଆଲୋକରେ ନିଜର ଘର ସଜାଇବାରେ ଆରମ୍ଭ କରିଦେଇଛନ୍ତି । ତେବେ ବାଣ ଫୁଟା ପାଇଁ
କଟକଣା ଯୋଗୁଁ ନିରାଡମ୍ବର ଭାବେ ଏହି ଉତ୍ସବ ପାଳନ କରାଯାଉଛି ।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶର ଆଲୋକ ସମସ୍ତଙ୍କର ଜୀବନକୁ ଉଦ୍‍ଭାସିତ କରୁ ବୋଲି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ କହିଛନ୍ତି । ସମସ୍ତ କରୋନା କଟକଣା ପାଳନ କରି ଦୀପ ଜଳାଇ ଚଳିତବର୍ଷ ଦୀପାବଳୀ ପାଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

କାଳୀପୂଜା ଅନୁଷ୍ଠିତ ହେଉଛି । ତେବେ କୋଭିଡ କଟକଣା ଯୋଗୁଁ କଟକ ସହର ସମେତ ବିଭିନ୍ନ ସ୍ଥାନରେ ମୂର୍ତ୍ତିର ଉଚ୍ଚତା କମ୍‍ କରାଯିବା ସହିତ ନିରାଡମ୍ବର ଭାବେ ପୂଜା ଅନୁଷ୍ଠିତ ହେଉଛି । ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ନିରାଡମ୍ବର ଭାବେ କାଳୀପୂଜା ଆରମ୍ଭ ହୋଇଛି । ଘଟସ୍ଥାପନ, ଶୁଭ ଅଧିବାସ, ମଙ୍ଗଳ ଆଳତୀ, ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା ଓ ଅନ୍ୟାନ୍ୟ ନୀତିକାନ୍ତି ପରେ ମା’ଙ୍କୁ ଆଜି ବେଦମାତା ବେଶରେ ସଜ୍ଜିତ କରାଯାଇଛି ।

ସେହିପରି ଜିଲ୍ଲାର ପୁରାତନ କୁଣ୍ଡି-କାଳୀ, ଦକ୍ଷିଣେଶ୍ୱର କାଳୀ, ଚରମ୍ପାର ପଥରକାଳୀ, ଆରଡିର ଶ୍ୟାମାକାଳୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରଯାଉଛି ।

Leave A Reply