ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ୍ଗଣତି ରବିବାରରେ ହେବ । ଭଦ୍ରକ ସଂସ୍କୃତି ଭବନଠାରେ ସକାଳ ୮ଟାରୁ ଗଣତି କାର୍ଯ୍ୟ ଆରମ୍ଭ ହେବ । ୨୫୨ଟି ବୁଥ୍ ପାଇଁ ୧୪ଟି ଟେବୁଲ୍ରେ ୧୮ ରାଉଣ୍ଡରେ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍ ଭୋଟ୍ ଗଣତି ପରେ ଇ.ଭି.ଏମ୍. ଗଣତି ଆରମ୍ଭ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । କଡା ସୁରକ୍ଷା ମଧ୍ୟରେ ଗଣତି କାର୍ଯ୍ୟ କରାଯିବା ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ୍ କୁମାର ଲୋହାନି ସୂଚନା ଦେଇଛନ୍ତି । ଧାମନଗର ବ୍ଲକର ଅସୁରାଳି ଜୋନ୍ରୁ ଗଣତି ଆରମ୍ଭ ହୋଇ ତିହିଡି ବ୍ଳକରେ ଶେଷ ରାଉଣ୍ଡ ଗଣତି ହେବ । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ମୋଟ୍ ୨ ଲକ୍ଷ ୩୮ ହଜାର ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୬୪ ହଜାର ୪୬୫ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଣାଅଶୀ ହଜାର ୧୧ଜଣ ପୁରୁଷ ଓ ୮୫ହଜାର ୪୫୨ଜଣ ମହିଳା ମତଦାତା ରହିଛନ୍ତି । ୨ ଜଣ ତୃତୀୟ ଲିଙ୍ଗି ମଧ୍ୟ ମତଦାନରେ ସାମିଲ ହୋଇଛନ୍ତି ।
ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ୍ଗଣତି ରବିବାରରେ ହେବ ହେବାକୁ ଥିବା ଭୋଟ୍ ଗଣତି ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜରୁରୀ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ, ଦୁଇ ଜଣ
ପର୍ଯ୍ୟବେକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ଯୋଗଦେଇ ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ଗଣତି ଶେଷ କରିବାପାଇଁ ନିଯୁକ୍ତ କର୍ମଚାରୀମାନଙ୍କୁ
ପରାମର୍ଶ ଦେଇଥିଲେ
Comments are closed, but trackbacks and pingbacks are open.