‘ବିକଶିତ ଭାରତ ଆଟ୍‍ ୨୦୪୭ : ଟିମ୍‍ ଇଣ୍ଡିଆର ଭୂମିକା’

189

ନୀତି ଆୟୋଗ ଗଭର୍ଣ୍ଣିଙ୍ଗ୍‍ କାଉନ୍‍ସିଲ୍‍ର ଅଷ୍ଟମ ବୈଠକ ପ୍ରଗତି ମଇଦାନର କନ୍‍ଭେନ୍ସନ ସେଣ୍ଟରରେ ଚାଲିଛି । ଏହି ବୈଠକରେ ‘ବିକଶିତ ଭାରତ ଆଟ୍‍ ୨୦୪୭ : ଟିମ୍‍ ଇଣ୍ଡିଆର ଭୂମିକା’ ଉପରେ ଆଲୋକପାତ କରାଯାଉଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ ନୀତି ଆୟୋଗ ଚେୟାରମ୍ୟାନ୍‍ ଭାବେ ଅଧ୍ୟକ୍ଷତା କରୁଛନ୍ତି । ଦିନବ୍ୟାପୀ ଏହି ବୈଠକରେ ୭ଟି ଆଲୋଚନା ହେବ ।

ଅନ୍ୟ ବିଷୟଗୁଡ଼ିକ ମଧ୍ୟରେ ,ମୌଳିକ ଢ଼ାଞ୍ଚା ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱାରୋପଟ୍ଟ ନିୟମ ଗୁଡ଼ିକର ସରଳୀକରଣଟ୍ଟ ମହିଳାମାନଙ୍କ କ୍ଷମତାପନ୍ନଟ୍ଟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦକ୍ଷତା ବୃଦ୍ଧିଟ୍ଟ ଗତିଶକ୍ତି ଓ ସାମାଜିକ ମୌଳିକ ଢ଼ାଞ୍ଚା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟାରେ ଉଦ୍‍ଯାପନୀ ବକ୍ତବ୍ୟ ଦେବା ସହ ଏହି ବୈଠକ ସମାପ୍ତ ହେବ । ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ଉପରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ବୃନ୍ଦ, ନୀତି ଆୟୋଗ ଭାଇସ୍‍ ଚେୟାରମ୍ୟାନ୍‍ ଓ ସଦସ୍ୟ ବୈଠକରେ ଅଂଶ ଗ୍ରହଣ କରୁଛନ୍ତି ।

Comments are closed, but trackbacks and pingbacks are open.