ଅଟ୍ଟାଳିକାକୁ ଉଦ୍ଘାଟନ କରିଛନ୍ତି ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଆମ ସମ୍ବାଦଦାତା ଜଣାଇଛନ୍ତି ନୂଆ ପାର୍ଲାମେଣ୍ଟ ଅଟ୍ଟାଳିକା ୬୫ହଜାର ବର୍ଗମିଟର ଅଞ୍ଚଳରେ ଅବସ୍ଥିତ । ଏଥିରେ ଆଞ୍ଚଳିକ କଳା, ହସ୍ତଶିଳ୍ପ ଓ ସଂସ୍କୃତିର ପ୍ରତିଫଳନ ହୋଇଛି । ଦେଶର ବିବିଧତାରେ ଏକତାର ଏଥିରେ ପ୍ରତିଫଳନ ଘଟିଛି । ନୂଆ ପାର୍ଲାମେଣ୍ଟ ଅଟ୍ଟାଳିକା ଦେଶର ବିକାଶର ପ୍ରତିନିଧିତ୍ୱ କରିବା ସହ ଜାତୀୟତାର ଭାବନା ଉଦ୍ରେକ କରିବ ।
ଏହା ଏକ ଉକ୍ରୃଷ୍ଟ ସ୍ଥାପତ୍ୟ ଓ ଦେଶର ବିକାଶର ଗୌରବମୟ ପ୍ରତୀକ । ପାର୍ଲାମେଣ୍ଟ ଅଟ୍ଟାଳିକା ଭିତରେ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଦୃଶ୍ୟ ରହିଛି । ଆଧୁନିକ କାର୍ଯ୍ୟାଳୟ ଗୃହଗୁଡ଼ିକରେ ସର୍ବାଧୁନିକ ବୈଷୟିକ ଜ୍ଞାନର ଉପଯୋଗ ହୋଇଛି । ସାଂସଦମାନଙ୍କ ପାଇଁ ଏଥିରେ ନିରବଚ୍ଛିନ୍ନ ଯୋଗାଯୋଗ ବ୍ୟବସ୍ଥା ରଖାଯାଇଛି । ଲୋକସଭା ହଲ୍ରେ ୮୮୮ଟି ଆସନ ରହିଛି । ଭାରତର ଜାତୀୟ ପକ୍ଷୀ ମୟୂର ର ସୌନ୍ଦର୍ଯ୍ୟରେ ଅନୁପ୍ରାଣିତ ହୋଇ ଏହାର କାରୁକାର୍ଯ୍ୟ କରାଯାଇଛି । ଲୋକସଭା ହଲ୍ ପାଖରେ ରାଜ୍ୟସଭା ହଲ୍ ରହିଛି । ଏହାର ଆସନ ସଂଖ୍ୟା ୩୮୪ ରହିଛି । କମିଟି ପ୍ରକୋଷ୍ଠ ଗୁଡ଼ିକରେ ଅତ୍ୟାଧୁନିକ ଅଡିଓ ଭିଜୁଆଲ୍ ସୁବିଧା ରହିଛି । ଏହା ନିର୍ବିଘ୍ନରେ ଆଲୋଚନା ଓ ବାର୍ତ୍ତାଳାପ ପାଇଁ ସୁଯୋଗ ପ୍ରଦାନ କରିବ । ନୂଆ ପାର୍ଲାମେଣ୍ଟ ଲାଇବ୍ରେରୀ ମଧ୍ୟକୁ ସାଂସଦମାନେ ଓ ଗବେଷକମାନେ ଯାଇପାରିବେ । ନୂଆ ପାର୍ଲାମେଣ୍ଟ ଅଟ୍ଟାଳିକାରେ ପରିବେଶ ଉପଯୋଗୀ ସୁବିଧାମାନ ରହିଛି । ନୂଆ ପାର୍ଲାମେଣ୍ଟ ଅଟ୍ଟାଳିକା ଦିବ୍ୟାଙ୍ଗ ଜନମାନଙ୍କ
ପାଇଁ ଉପଯୋଗୀ ହେବ ।
Comments are closed, but trackbacks and pingbacks are open.