ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ

0 1,289

ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ ଆରମ୍ଭ ଅବସରରେ ଶ୍ରୀଜୀଉମାନଙ୍କୁ ଶ୍ରାଦ୍ଧବେଶରେ ସଜ୍ଜିତ କରାଯାଇଥିଲା। ପରମ୍ପରା ଅନୁଯାୟୀ ଏହି ୩ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ ଦେଇଥା’ନ୍ତି ।

ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କର ପିତା ନନ୍ଦ ଓ ମାତା ଯଶୋଦାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାକୁ ଥିବାବେଳେ
ଆସନ୍ତାକାଲି ବସୁଦେବ ଓ ଦେବକୀ ଏବଂ ୧୫ ତାରିଖରେ ଅଦିତି-କଶ୍ୟପ ତଥା ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଅନୁଷ୍ଠିତ ହେବ । ଗବେଷକଙ୍କ  ମତ ଅନୁଯାୟୀ ଏହି ତିଥିରେ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦୀପଦାନ କରିଥା’ନ୍ତି । ଏହି ଅବସରରେ ତିନିବାଡରେ ୩ଗୋଟି ମହାଦୀପ ବନ୍ଦାପନା ହେବ । ଶ୍ରାଦ୍ଧବେଶରେ ଶ୍ରୀବିଗ୍ରହମାନେ ଶୁଭ୍ରବସ୍ତ୍ର ପରିଧାନ କରିବେ । ଦେବଦୀପାବଳୀ ଲାଗି ଶ୍ରୀମନ୍ଦିର ଏବଂ ମନ୍ଦିରର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରଦୀପ ଏବଂ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜା ଯାଉଛି । ଏହି ୩ ଦିନ
ଶ୍ରୀମନ୍ଦିରରେ ମହାଦୀପ ଉଠିବାର ପରମ୍ପରା ରହିଛି ।

Leave A Reply