ଘୂର୍ଣ୍ଣିଝଡ଼ ଫୋନି ହୋଇପାରେ ଭୟଙ୍କର, ଓଡ଼ିଶାରେ ୟୋଲୋ ଆଲର୍ଟ ଜାରି
ନୂଆଦିଲ୍ଲୀ/ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଫୋନି’ ବିପଦ ହୋଇ ଆସୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଶୁକ୍ରବାର ପୂର୍ବାହ୍ଣ ପର୍ଯ୍ୟନ୍ତ ଏହା ଗୋପଲପୁର ଓ ଚାନ୍ଦବାଲି ମଧ୍ୟରେ ଓଡିଶା ସୀମାକୁ ଛୁଇଁବା ସଂଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଫୋନି ବିଷୟରେ ‘ୟୋଲୋ ୱାରନିଙ୍ଗ’ ଜାରି କରିଛି । ପାଣି ପାଗ ବିଭାଗ ପକ୍ଷରୁ ଓଡିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର କିଛି ସ୍ଥାନ ପାଇଁ ସାମୁଦ୍ରିକ ବାତ୍ୟାର ଆର୍ଲାଟ ଜାରି କରାଯାଇଛି ଓ ସମୁଦ୍ର କୂଳ ଜାଗାକୁ ଖାଲି ରଖିବା ପାଇଁ ମଧ୍ୟ କୁହାଯାଇଛି ।
ସାମୁଦ୍ରିକ ବାତ୍ୟା ଫୋନି ଠାରୁ ରକ୍ଷା ପାଇବା ପାଇଁ ଓଡିଶାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି । ସମସ୍ତ ସ୍କୁଲ ମେ’ ୨ତାରିଖ ଠାରୁ ଆଗକୁ କୁହାନଯିବା ପର୍ଯ୍ୟନ୍ତ ବନ୍ଦ ରହିବ । ସବୁ ପରୀକ୍ଷାର ତାରିଖ ମଧ୍ୟ ଘୁଂଚାଇ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ ଆୟେଗଙ୍କୁ ମଙ୍ଗଳବାର ନିବେଦନ କରି କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାନସଭା ଆସନରେ ମେ’ ମାସ ୧୯ ତାରିଖରେ ହେବାକୁ ଥିବା ନିର୍ବାଚନର ତାରିଖ ଆଗକୁ ବଢ଼ାଯାଉ । ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଜାରି କରାଯାଇଥିବା ପତ୍ରରେ ଲେଖା ହୋଇଛି ଯେ ବାତ୍ୟା ଫୋନି ପାଇଁ ରାଜନଗରର ବ୍ଲକରେ ଭୂସ୍ଖଳନର ସଂଭାବନା ବହୁତ ରହିଛି ।
ୟୁପିରେ ମଧ୍ୟ ସର୍ତକ ସୁଚନା
ଉତ୍ତରପ୍ରଦେଶରେ ମଧ୍ୟ ସାମୁଦ୍ରିକ ବାତ୍ୟା ଫୋନି ବିଷୟରେ ଚେତାବନୀ ଦିଆଯାଇଛି । ଚାଷୀ ମାନଙ୍କୁ କୁହାଯାଇଛି ଯେ ମେ’ ୨ ଓ ୩ ତାରିଖରେ ବର୍ଷା ହୋଇପାରେ । ଚାଷୀ ମାନଙ୍କୁ ଫସଲ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଚେତାବନୀରେ କୁହାଯାଇଛି ଯେ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଫୋନିର ପ୍ରଭାବରେ ମେ’ ୨ ଓ ୩ ତାରିଖରେ ଉତ୍ତର ପ୍ରଦେଶରେ ମଧ୍ୟମ ଧରଣର ବର୍ଷା ଓ ପବନ ବୋହିବାର ସମ୍ଭାବନା ରହିଛି । ପବନର ବେଗ ଘଣ୍ଟା ପ୍ରତି ହାରାହାରି ୩୦ ରୁ ୪୦ କିଲୋମିଟର ରହିବ ।