ପରମାତ୍ମାଙ୍କ ନିକଟର ପାଇଁ ପ୍ରାର୍ଥନା ସବୁଠାରୁ ବଡ଼ ରାସ୍ତା

0 986

ପ୍ରାର୍ଥନା… ସିଧା ଶବ୍ଦରେ ନିବେଦନ । ଯେତେବେଳେ ସଂସାର ଭିତରେ ଆମେ କିଛି ମାଗିଥାଉ ତାହା ପ୍ରାର୍ଥନା ନୁହେଁ, ନିବେଦନ ହୋଇଥାଏ । କିନ୍ତୁ, ଯେବେ ଏହି ନିବେଦନ ସଂସାର ଠାରୁ ଉପରେ ହୋଇଥାଏ, ପରମାତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ହୋଇଥାଏ ତେବେ ତାହା ‘ପ୍ରାର୍ଥନା’ ହୋଇଯାଏ । ବ୍ୟାକରଣ ଓ ଗ୍ରନ୍ଥଗୂଡିକ ପ୍ରାର୍ଥନାର ବହୁତ ଅର୍ଥ ବିଷୟରେ କହିଛନ୍ତି, ପ୍ରାର୍ଥନା ଯାହା ପବିତ୍ରତା ସହିତ କରାଯାଇଥିବା ଅର୍ଚ୍ଚନା । ପ୍ରାର୍ଥନାର ଗୋଟିଏ ଅର୍ଥ ପରମାତ୍ମାଙ୍କ କାମନା ମଧ୍ୟ ଅଟେ ।

ଯେତେବେଳେ ମନୁଷ୍ୟ ସଂସାରର ଧାରା ଛାଡି ପରମାତ୍ମାଙ୍କ ଆଡକୁ ଅଗ୍ରସର ହୋଇଥାଏ, ଭାବନ୍ତୁ ମନରେ ପ୍ରାର୍ଥନା ଭାବ ସୃଷ୍ଟି ହେଉଛି । ସମସ୍ତ ମୋହମାୟାରୁ ଉପରକୁ ଯାଇ ଯେତେବେଳେ ଆମେ ଖାଲି ପରମାତ୍ମାଙ୍କୁ ପାଇବାକୁ ଚେଷ୍ଟା କରୁ, ପ୍ରାର୍ଥନା ଆମ ଭିତରେ ଗୁଂଜରିତ ହେବାକୁ ଲାଗିଥାଏ । ପ୍ରାର୍ଥନା, ମନ୍ତ୍ରର ଉଚ୍ଚାରଣ ମାତ୍ର ନୁହେଁ, ମନର ଆବାଜ ଅଟେ, ଯାହା ପରମାତ୍ମାଙ୍କ ପାଖକୁ ପହଂଚିଥାଏ । ଯଦି ମନରୁ ହୋଇନଥାଏ, ତେବେ ତାହା ମାତ୍ର ଶବ୍ଦ ଓ ଛନ୍ଦ ହୋଇଥାଏ । ପ୍ରାର୍ଥନାର ଉତ୍ସ ହେଉଛି ହୃଦୟ । ଆମେ ଯଦି ତାଙ୍କୁ ମନରୁ ଡାକିବା ନାହିଁ, ତେବେ ଆମର ଡାକ ପହଂଚିବ ନାହିଁ । ତାଙ୍କ ପାଖକୁ କଥା ପହଂଚାଇବା ପାଇଁ ମୁହଁ ବନ୍ଦ କରନ୍ତୁ ଓ ହୃଦୟରୁ କୁହନ୍ତୁ । ସେ ମନର ଶୁଣନ୍ତି, ମୁଖରୁ ନୁହେଁ ।

ପ୍ରାର୍ଥନାର ପ୍ରଥମ ଲାଭ ହେଉଛି, ବାସନା ଠାରୁ ଦୁର ହୋଇଯାନ୍ତୁ । ସନ୍ଥମାନେ କହିଛନ୍ତି ଯେ ବାସନା ଯାହାର ଗୋଟିଏ ନାମ ‘ଏଷଣା’ ମଧ୍ୟ ଅଟେ, ଏହା ତିନି ପ୍ରକାର ହୋଇଥାଏ, ପୁତ୍ରେଷ୍ଣା, ବିତ୍ରେଷ୍ଣା ଓ ଲୋକେଷଣା । ସନ୍ତାନର କାମନା, ଧନର କାମନା ଓ ଖ୍ୟାତିର କାମନା । ଯେତେବେଳେ ମନୁଷ୍ୟ ଏହି ସବୁଠାରୁ ଖାଲି ପରମାତ୍ମାଙ୍କୁ ପାଇବା ପାଇଁ ପରମାତ୍ମାଙ୍କ ପାଖରେ ଛିଡା ହୋଇଥାଏ, ପ୍ରାର୍ଥନା ସେତେବେଳେ ହୋଇଥାଏ । ସେହି ପରମାତ୍ମାଙ୍କୁ ପାଇବାର ଇଚ୍ଛା, ଆମ ଭିତରେ ଗୁଂଜରିତ ହେଉଥିବା ସବୁ ଶବ୍ଦକୁ ମନ୍ତ୍ର କରିଦେଇଥାଏ, ସେହି ମନ୍ତ୍ର ଗୌଣ ହୋଇଯାଇଥାଏ, ସବୁ ଅକ୍ଷର ମନ୍ତ୍ର ହୋଇଯାଏ ।

ଦ୍ୱିତୀୟ ଲାଭ ହେଉଛି, ପ୍ରାର୍ଥନା ଏକୁଟିଆ କରିବା ଅନୁଚିତ, ଏକାନ୍ତରେ କରିବା ଦରକାର । ଏକୁଟିଆ ନୁହେଁ, ଏକାନ୍ତ ହେବା ଆବଶ୍ୟକ । ଏକୁଟିଆପଣ ଅବସାଦକୁ ଜନ୍ମ ଦେଇଥାଏ, କାରଣ ମନୁଷ୍ୟ ସଂସାର ଠାରୁ ତ ବିମୁଖ ହୋଇଥାଏ, କିନ୍ତୁ ପରମାତ୍ମାର ପାଖକୁ ଯାଇ ନାହିଁ । ଏକାନ୍ତର ଅର୍ଥ ହେଉଛି ଆପଣ ବାହାର ଆବରଣରେ ଏକା ଅଛନ୍ତି, କିନ୍ତୁ ଭିତରେ ପରମାତ୍ମା ପାଖରେ ଅଛନ୍ତି । ସଂସାର ଠାରୁ ବୈରାଗ୍ୟ ଓ ପରମାତ୍ମାଙ୍କ ଠାରେ ଅନୁରାଗ, ଏକାନ୍ତକୁ ଜନ୍ମ ଦେଇଥାଏ, ଯେତେବେଳେ ଏକର ଶେଷ ହୋଇଯାଏ । ଆପଣ ଏକୁଟିଆ ଅଛନ୍ତି କିନ୍ତୁ ମନ ଭିତରେ ପରମାତ୍ମ ପ୍ରତି ପ୍ରେମ ଆସିଯାଇଛି ତେବେ ଜାଣନ୍ତୁ ଆପଣଙ୍କ ଜୀବନରେ ଏକାନ୍ତ ଆସିଯାଇଛି । ସେଥିପାଇଁ ଏକୁଟିଆପଣକୁ ପ୍ରଥମେ ଏକାନ୍ତରେ ବଦଲାନ୍ତୁ, ପରେ ପ୍ରାର୍ଥନା ସ୍ୱତଃ ଜନ୍ମ ନେବ । ତେଣୁ ପ୍ରାର୍ଥନା କରନ୍ତୁ, କାରଣ ଜୀବନରେ ଶାନ୍ତିର ଗୋଟିଏ ହିଁ ମାର୍ଗ ହେଉଛି ପରମାତ୍ମା । ଆଉ ତାଙ୍କ ପାଖକୁ ଯିବା ପାଇଁ ଗୋଟିଏ ହିଁ ମାର୍ଗ ହେଉଛି ପ୍ରାର୍ଥନା ।

Leave A Reply