କଟକରେ ଦୋକାନ ଖୋଲିବାକୁ ନେଇ ସାନି ନିର୍ଦ୍ଦେଶନାମା
କଟକ – କଟକ ସହରରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସିଏମ୍ସି ପକ୍ଷରୁ ଗତକାଲି ସାନି ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏଥିରେ ଦୋକାନ ବଜାର ଖୋଲିବା ସମୟ କଟକଣାକୁ ଅଧଘଣ୍ଟା କମାଇ ଦିଆଯାଇଛି ।
ସକାଳ ୫ଟାରୁ ରାତି ୯ଟା ଯାଏଁ ସବୁ ଦୋକାନବଜାର ଓ ସପିଂ ମଲ୍ ଆଦି ଖୋଲା ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶାନାମା ଜାରି କରିଥିଲେ । ମାତ୍ର ରାତି ୧୦ଟା ଯାଏଁ ସହରରେ ଲୋକମାନେ ଯାଆସ କରିବାର ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ସିଏମ୍ସି ପକ୍ଷରୁ କେବଳ ଔଷଧ ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ରାତି ସାଢ଼େ ୮ଟା ସୁଦ୍ଧା ବନ୍ଦ କରିବାକୁ ପୁନଃ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏବଂ ରାତି ୯ଟା ପରେ କେହି ରାସ୍ତାରେ ବୁଲାବୁଲି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।