୧୭ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ
ଫିଫା ବିଶ୍ୱକପ୍ ୧୭ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ବିଶ୍ୱକପ୍ର ପରିବର୍ତ୍ତିତ କାର୍ଯ୍ୟସୂଚୀରେ ଏହି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ୨ଟି ମ୍ୟାଚ୍ ବ୍ୟତୀତ କଳିଙ୍ଗ ଷ୍ଟାଡିୟମରେ ଅନ୍ୟ ୬ଟି ଗ୍ରୁପ୍ ମ୍ୟାଚ୍ ମଧ୍ୟ ଖେଳାଯିବ । ଗ୍ରୁପ୍-ଏର ଗୋଟିଏ ଓ ଗ୍ରୁପ୍-ବିର ୫ଟି ମ୍ୟାଚ୍ ଏଥିରେ ଅନ୍ତର୍ଭୁକ୍ତ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବାର ଥିଲା । ତେବେ କରୋନା ସଂକ୍ରମଣଜନିତ କାରଣରୁ ଏହାର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ୨୦୨୧ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ତାରିଖ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ।