ଅଲ୍ଟିମେଟ୍ ଖୋ ଖୋ ସିଜନ ୨ ପାଇଁ ପ୍ରସ୍ତୁତ ହୋଇଛି କଟକ

95

ଭୁବନେଶ୍ୱର, ୨୩ ଡିସେମ୍ବର, ୨୦୨୩: ହାଇ-ଏନର୍ଜି ଲିଗ୍‌ର ରୋମାଂଚକର ୨ୟ ସିଜନ୍ ସହିତ ଅଲ୍ଟିମେଟ୍ ଖୋ ଖୋ କ୍ରୀଡା
ଉତ୍ସାହୀମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରସ୍ତୁତ ରହିଛି । ଆସନ୍ତା ରବିବାର କଟକରେ ଜୱାହାରଲାଲ ନେହେରୁ ଇନ୍‌ଡୋର
ଷ୍ଟାଡିୟମରେ ଅଲ୍ଟିମେଟ୍ ଖୋ ଖୋର ଉଦ୍‌ଘାଟନୀ ମ୍ୟାଚ୍ ଆରମ୍ଭ ହେବ ଯେଉଁଥିରେ ରାଜସ୍ଥାନ ୱାରିୟର୍‌ସ ବିରୋଧରେ ଏକ
ଉତ୍ସାହୀ ପ୍ରତିଯୋଗିତାରେ ପ୍ରଥମ ସିଜନର ବିଜେତା ଓ ଲୋକାଲ ଫେଭରାଇଟ୍ ଓଡିଶା ଜଗର୍‌ନଟ୍‌ସ ପ୍ରତିଦ୍ୱନ୍ଦିତା କରିବ ।

ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ
ସଂସ୍କରଣରେ କ୍ରୀଡା ଉତ୍ସାହୀ ଓ କର୍ପୋରେଟ୍ ସଂସ୍ଥାଗୁଡିକ ମଧ୍ୟରେ ଚମତ୍କାର ଆଗ୍ରହ ସୃଷ୍ଟି କରିଥିଲା । ଏହା କ୍ରୀଡାର ଅଭିନବ
ପ୍ରଦର୍ଶନ ସହ ବହୁମାତ୍ରାରେ ଜଡିତ ଥିଲା ଯାହା ଆନ୍ତର୍ଜାତୀୟ ମଂଚରେ ଏହି କ୍ରୀଡାକୁ ପୁନର୍ଜୀବିତ ଓ ବିକଶିତ କରିବାର ଏକ
ଉଚ୍ଚାଭିଳାଷପୂର୍ଣ୍ଣ ଉଦ୍ଦେଶ୍ୟରେ ପରିପୂର୍ଣ୍ଣ ରହିଛି । ଉଲ୍ଲେଖନୀୟ ଭାବେ ଅଲ୍ଟିମେଟ୍ ଖୋ ଖୋ ଭାରତର ୩ୟ ସର୍ବବୃହତ୍ ଅଣ-
କ୍ରିକେଟ୍ ଲିଗ୍‌ର ସ୍ଥାନକୁ ଉନ୍ନୀତ ହୋଇଥିଲା ଯାହାକି ଏହାର ବ୍ୟାପକ ଟେଲିଭିଜନ ଭ୍ୟୁୟର୍‌ସିପ୍ ଦ୍ୱାରା ନିରୂପଣ ହୋଇଥିଲା ।
ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ଉଦ୍‌ଘାଟନୀ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର
ସ୍ୱତନ୍ତ୍ରତା ହାସଲ କରିଥିଲା ।

ଏହାର ୨ୟ ସଂସ୍କରଣ ଏହାଠାରୁ ଅଧିକ ସମୃଦ୍ଧ ପ୍ରଦର୍ଶନର ପ୍ରତିଶ୍ରୁତି ଦେଉଛି, କାରଣ ପଏଂଟ ବ୍ୟବସ୍ଥାରେ ଏକସମାନତା
ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ଚଳିତ
ସିଜନରେ ପ୍ରତିଷ୍ଠିତ ଭାରତୀୟ କର୍ପୋରେଟ୍ ସଂସ୍ଥା ଓ କ୍ରୀଡା ନିବେଶକଙ୍କ ମାଲିକାନା ଅଧିନରେ ୬ଟି ଟିମ୍ ସାମିଲ ରହିଛନ୍ତି ।
ଏହି ମଜଭୁତ ଟିମ୍‌ଗୁଡିକ ଉତ୍ସାହପୂର୍ଣ୍ଣ ପ୍ରତିଯୋଗିତାରେ ନିୟୋଜିତ ହେବା ପାଇଁ ପ୍ରସ୍ତୁତ ରହିଛନ୍ତି, ଯିଏକି ଆସନ୍ତା ଡିସେମ୍ବର
୨୪, ୨୦୨୩ରୁ ଜାନୁଆରୀ ୧୩, ୨୦୨୪ ପର୍ଯ୍ୟନ୍ତ ଏହି ସମ୍ମାନଜନକ ଟାଇଟଲ ପାଇଁ ପ୍ରତିଦ୍ୱନ୍ଦିତା କରିବେ ।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ କହିଛନ୍ତି, “ଓଡ଼ିଶା ବିଭିନ୍ନ କ୍ରୀଡ଼ା ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ଭିତିଭୂମି ନିର୍ମାଣ
କରିଛି ଏବଂ ଭାରତର ଅଗ୍ରଣୀ କ୍ରୀଡ଼ା ହବ୍ ଭାବେ ଉଭା ହୋଇଛି । ଖୋ ଖୋ ଭଳି ପାରମ୍ପରିକ କ୍ରୀଡ଼ା ସମେତ କ୍ରୀଡ଼ାର
ପ୍ରଚାର ଓ ବିକାଶ ପାଇଁ ରାଜ୍ୟ ସରକାର ବିନିଯୋଗ କରୁଛନ୍ତି । ଓଡ଼ିଶାରେ ଅଲ୍ଟିମେଟ୍ ଖୋ ଖୋର ଦ୍ୱିତୀୟ ସଂସ୍କରଣ
ଆୟୋଜନ କରି ଆମେ ଆନନ୍ଦିତ ଏବଂ ମୁଁ ସମସ୍ତ ଦଳକୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଉଛି । ମୁଁ ନିଶ୍ଚିତ ଯେ ଓଡ଼ିଶା
ଜଗରନଟ୍‌ସ ତା\’ର ଶ୍ରେଷ୍ଠ ପ୍ରଦର୍ଶନ କରିବ ଏବଂ ଘରୋଇ ପ୍ରଶଂସକଙ୍କ ସମ୍ମୁଖରେ ଟାଇଟଲ ବଜାୟ ରଖିବ ।”

ଆୟୋଜକ ଓଡିଶା ଗତ ଦଶନ୍ଧି ମଧ୍ୟରେ କ୍ରୀଡାକୁ ସମର୍ଥନ କରିବା କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ଅଧିଗ୍ରହଣ କରିଛି ଏବଂ ରାଜ୍ୟ
ପ୍ରଶାସନ ରାଜ୍ୟରେ ଖୋ-ଖୋର ଅନୁସରଣ ପାଇଁ ସମର୍ପିତ ଏକ ଉଚ୍ଚ ପ୍ରଦର୍ଶନକ୍ଷମ କେନ୍ଦ୍ର ଉଦ୍‌ଘାଟନ କରିବା ପାଇଁ ନିଜର
ଆଗ୍ରହ ବ୍ୟକ୍ତ କରିଛନ୍ତି ।

ଶନିବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଅଲ୍ଟିମେଟ୍ ଖୋ ଖୋ ଲିଗ୍‌ର ସିଇଓ ଓ
କମିଶ୍‌ନର ତେଞ୍ଜିଙ୍ଗ୍ ନିୟୋଗି କହିଛନ୍ତି, “ଉଦ୍‌ଘାଟନୀ ସଂସ୍କରଣରେ ଅଲ୍ଟିମେଟ୍ ଖୋ ଖୋର ଅତୁଳନୀୟ ସଫଳତା ଏହି
ସ୍ୱଦେଶୀ କ୍ରୀଡ଼ାର ସାମର୍ଥ୍ୟର ପ୍ରମାଣ । ଏହା କର୍ପୋରେଟ୍ ଜଗତ ଏବଂ ପ୍ରଶଂସକଙ୍କ ଠାରୁ ମଧ୍ୟ ବହୁତ ଆଗ୍ରହ ଆକର୍ଷଣ
କରିଥିଲା ଯାହା ଲିଗ୍ ସହିତ ଜଡିତ ସମସ୍ତଙ୍କ ପାଇଁ ବହୁତ ପ୍ରେରଣାଦାୟକ ଅଟେ । ଆମେ ୨୦୨୫ ରେ ଆଉ ଦୁଇଟି ଟିମ
ଯୋଡିବା ସହିତ ଅଲଟିମେଟ୍ ଖୋ ଖୋକୁ ସମ୍ପ୍ରସାରଣ କରିବାକୁ ଯୋଜନା କରୁଛୁ । ଦେଶ ଓ ବିଶ୍ୱର ପ୍ରଶଂସକଙ୍କ ସମର୍ଥନ
ଏବଂ ଭଲପାଇବାକୁ ଦୃଷ୍ଟିରେ ରଖି, ମୋର ବିଶ୍ୱାସ ଯେ ସିଜିନ୍ ୨ ଉଦଘାଟନୀ ସିଜନର ସଫଳତାକୁ ଅତିକ୍ରମ କରିବ । ସିଜିନ୍
୨ ଅଧିକ ବଡ଼ ଏବଂ ରୋମାଂଚକର ହେବାକୁ ଯାଉଛି । ମୁଁ ସମସ୍ତ ଦଳକୁ ଶୁଭେଚ୍ଛା ଜଣାଉଛି ।”

୬ଟି ଅଂଶଗ୍ରହଣକାରୀ ଟିମ୍‌ର କ୍ୟାପ୍ଟେନମାନେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ନିଜ ନିଜ
ଟିମ୍ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରସ୍ତୁତି ପଦକ୍ଷେପଗୁଡିକ ସମ୍ପର୍କରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥିଲେ ।

ଓଡ଼ିଶା ଜଗରନଟସ୍‌ର ଅଧିନାୟକ ଦୀପେଶ ମୋରେ କହିଛନ୍ତି, “ଆମ ପାଖରେ ଏକ ସନ୍ତୁଳିତ ଦଳ ରହିଛି ଏବଂ ଚଳିତ
ଋତୁରେ ଆମେ ଟାଇଟଲ୍ ରକ୍ଷା କରିବାକୁ ଲକ୍ଷ୍ୟ ରଖିଛୁ । ଉଭୟ ଯୁବ ଓ ଅଭିଜ୍ଞ ଖେଳାଳି ଏକାଠି ହୋଇ ପରସ୍ପରକୁ
ସାହାଯ୍ୟ କରୁଥିବାରୁ ଦଳ ଭିତରେ ବାତାବରଣ ଅତ୍ୟନ୍ତ ସହାୟକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଛି । ଆମର ଲକ୍ଷ୍ୟ ହେଉଛି ପ୍ରଥମେ
ସେମିଫାଇନାଲରେ ପହଂଚିବା ଏବଂ ତା\’ପରେ ଟ୍ରଫି ବିଷୟରେ ଚିନ୍ତା କରିବା, କାରଣ ଏଥର ସମସ୍ତ ଦଳ ଭଲ ଭାବେ
ସନ୍ତୁଳିତ ଅଛନ୍ତି ।”

ଓଡିଶା ଜଗର୍‌ନଟ୍‌ସ (ଓଡିଶା ସରକାରଙ୍କ ମାଲିକାନାରେ ରହିଛି) ଓ ରାଜସ୍ଥାନ ୱାରିୟର୍ସ (କାପ୍ରି ଗ୍ଲୋବାଲ ଗ୍ରୁପ୍ ମାଲିକାନାରେ
ରହିଛି) ବ୍ୟତୀତ ଲିଗ୍‌ରେ ଥିବା ଅନ୍ୟ ଟିମ୍‌ଗୁଡିକ ମଧ୍ୟରେ ଚେନ୍ନାଇ କ୍ୱିକ୍ ଗନ୍‌ସ (କେଏଲ୍‌ଓ ସ୍ପୋର୍ଟସ୍ ମାଲିକାନାରେ ରହିଛି),
ଗୁଜରାଟ ଜିଆଂଟ୍‌ସ (ଆଦାନି ସ୍ପୋର୍ଟସ୍‌ଲାଇନ୍ ମାଲିକାନାରେ ରହିଛି), ମୁମ୍ବାଇ ଖିଲାଡିସ୍ (ପୁନିତ ବାଲାନ୍ ଗ୍ରୁପ୍ ମାଲିକାନାରେ
ରହିଛି) ଓ ଶେଷ ସଂସ୍କରଣର ରନର୍ସ-ଅପ୍ ତେଲୁଗୁ ୟୋଦ୍ଧାସ୍ (ଜିଏମ୍‌ଆର୍ ସ୍ପୋର୍ଟସ୍ ମାଲିକାନାରେ ରହିଛି) ଆଦି ସାମିଲ
ରହିଛି ।

ଦେଶର ବିଭିନ୍ନ କୋଣଅନୁକୋଣରୁ ଆସିଥିବା ୧୬ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ୩୩ ଜଣ ଉଦୀୟମାନ ଯୁବକଙ୍କ ସମେତ
ମୋଟ ୧୪୫ ଜଣ କ୍ରୀଡାବିତ୍ ଆଗାମୀ ୨୧ ଦିନ ମଧ୍ୟରେ ଏହି ଉତ୍ସାହଜନକ ପ୍ରତିଯୋଗିତାରେ ନିୟୋଜିତ ହେବେ । ଏହି

ଲିଗ୍‌ର ରୋମାଂଚକର ମ୍ୟାଚ୍‌ଗୁଡିକ ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲଗୁଡିକରେ ଲାଇଭ୍ ପ୍ରସାରିତ ହେବ ଏବଂ ସୋନି
ଲିଭ୍ ଆପ୍‌ରେ ଷ୍ଟ୍ରିମ୍ ହେବ ।

ଟେଲିଭିଜନ ଓ ଓଟିଟି ପ୍ଲାଟ୍‌ଫର୍ମଗୁଡିକରେ କେବଳ ଭାରତରୁ ୪୧ ମିଲିୟନ ଦର୍ଶକ ଓ ୬୪ ମିଲିୟନ ଆନ୍ତର୍ଜାତୀୟ ଦର୍ଶକଙ୍କ
ସହିତ ଅଲ୍ଟିମେଟ୍ ଖୋ ଖୋର ପ୍ରଥମ ସଂସ୍କରଣ ୧୪୬ ମିଲିୟନର ଏକ ପ୍ରଭାବୀ ଭ୍ୟୁୟରସିପ୍ ହାସଲ କରିଥିଲା ।

ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟ ୧୮ ଦିନର ଅବଧିରେ ମୋଟ ୩୦ଟି ମ୍ୟାଚ୍‌ର ସାକ୍ଷୀ ହେବ ଯେଉଁଠାରେ ପ୍ରତ୍ୟେକ ଟିମ୍ ନିଜର
ବିରୋଧୀ ଟିମ୍‌କୁ ଦୁଇ ଥର ଭେଟିବେ । ଏହି ପ୍ରେଲିମିନାରୀ ପର୍ଯ୍ୟାୟରୁ ଶୀର୍ଷ ୪ଟି ଟିମ୍ ସେମି-ଫାଇନାଲକୁ ଉନ୍ନୀତ ହେବେ
ଏବଂ ଜାନୁଆରୀ ୧୩ ତାରିଖ ୨୦୨୪ରେ ଏହାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।

ସୋନି ସ୍ପୋର୍ଟସ ନେଟୱର୍କ ଚ୍ୟାନେଲସ ଏବଂ ସୋନି ଲିଭ ଆପ୍ ରେ ଏହି ଲାଇଭ ଆକ୍ସନ ଦେଖନ୍ତୁ ।

ଅଲଟିମେଟ୍ ଖୋ ଖୋ ସିଜନ-୨ ପାଇଁ ସମ୍ପୂର୍ଣ୍ଣ ଦଳ:


ଓଡ଼ିଶା ଜଗରନଟସ୍‌: ଦିଲୀପ ଖଣ୍ଡଭି, ଦୀପେଶ ମୋରେ, ଗୌତମ ଏମକେ, ବିଶାଲ, ଓମକାର ସୋନାୱାନେ, ରୋହନ
ଶିଙ୍ଗାଡେ, ଅକ୍ଷୟ ମାସାଲ, ମହେଶା ପି, ମନୋଜ ପାଟିଲ, ଅବିନାଶ ଦେଶାଇ, ମନୋଜ କୁମାର, ବିଶାଗ ଏସ, ଦେବେନ୍ଦ୍ର
ନାଥ, ନିଖିଲ କୁମାର, ବିଶାଲ ଓରାମ, ସଞ୍ଜୟ କୁମାର ଭି, ଦୀପକ କୁମାର ସାହୁ, ନିଖିଲ ବି, ଏମଡି ମିରାଜୁଲ, ସୁଶାନ୍ତ
କଲଧୋନ, ସୋଭାଗ ଭି ଶ୍ରୀଗଣ୍ଡା, ନିରଞ୍ଜନ ସାମଲ, ସବୀର ଅହମ୍ମଦ, ସୁରେଶ କୁମାର ଓ ସିଦ୍ଧେଶ୍ୱର ଟୁଡୁ ।


ତେଲୁଗୁ ଯୋଦ୍ଧା: ଅରୁଣ ଗୁଙ୍କି, ଅବଧୁତ ପାଟିଲ, ପ୍ରତୀକ ୱାଇକର, ଅଧିକାର ଗାନପୁଲେ, ରାହୁଲ ମଣ୍ଡଳ, ନିଖିଲ ବାଘେ,
ମିଲିନ୍ଦ ଚାଭରେକର, ଆକାଶ ତୋଗାରେ, କିରଣ ଭାସାଭେ, ଧ୍ରୁବ, ପ୍ରସାଦ ରାଡ଼ି, ରୁଦ୍ର ଥୋପାଟେ, ପ୍ରେମ ରାଣ୍ଡିଭ, ବୈଭବ
ନିପ୍ପାନେ, ସୌରଭ ଆଡଭାକର, ବିଜୟଭାଇ ଭେଗଡ଼, ଅନୁକୁଳ ସରକାର, ଏମ ଫନି କୁମାର, ମହାମଦ ଉଜେର ହାରୁନ
ମୋମିନ୍‌, ମାତଲୁମ, ଲିପୁନ ମୁଖୀ, ଅର୍ଜୁନ ବିଶୁକର୍ମା, ପ୍ରସାଦ ପାଟିଲ, ବୋଜଜମ ରଂଜିତ୍ ଏବଂ ରଜତ ମଲ୍ଲିକ ।


ଚେନ୍ନାଇ କ୍ୱିକ୍ ଗନ୍ସ: ଅମିତ ପାଟିଲ, ମଦନ, ରାମଜୀ କଶ୍ୟ, ଲକ୍ଷ୍ମଣ ଗାୱାସ, ଆଦର୍ଶ ମୋହିତେ, ସଚିନ ଭର୍ଗୋ, ଜୋରା
ସୁରଜ, ସୁରଜ ଲାଣ୍ଡେ, ଆଦିତ୍ୟ କୁଡାଲେ, ଦୁର୍ଭେଶ ସାଲୁଙ୍କେ, ଚନ୍ଦୁ ଚାଭରେ, ଆକାଶ କଦମ, ନରେନ୍ଦ୍ର କାଟକାଟେ, ମୁସ୍ତାଫା
ବାଗୱାନ, ଅର୍ଜୁନ ସିଂ, ବିଜୟ ସିନ୍ଦେ, ଆଶିଷ ପଟେଲ, ଏମ ମୁଗିଲାନ, ଆକାଶ ବାଲିୟାନ, ସୁମନ ବର୍ମନ, ପବନ କୁମାର ଓ
ଗିରି ଏସ ।


ଗୁଜୁରାଟ ଜାଏଂଟସ: ଅଭିନନ୍ଦନ ପାଟିଲ, ଅକ୍ଷୟ ଭଙ୍ଗରେ, ସୁୟଶ ଗାର୍ଗାଟେ, ନିଲେଶ ଯାଦବ, ପି ନରସାୟା, ଫୈଜାନଖା
ପଠାନ, ରାଜବର୍ଦ୍ଧନ ପାଟିଲ, ଭି ସୁବ୍ରମଣି, ଦୀପକ ମାଧବ, ଶୁଭମ ଥୋରାଟ, ଗଭରା ଭେଙ୍କଟେଶ, ସଂକେତ କଦମ,

କୋନ୍ଧଲକର ରୂପେଶ, ଭରତ କୁମାର, ପବନି ଶବର, ବିନାୟକ ପୋକର୍ଡେ, ରାମ ମୋହନ, ଭି କାବିଲାନ, ଅର୍ଣ୍ଣବ ପାଟନକର,
ଅଲଫାଜ ଏଚ ନାଦାଫ, ବାସଭେ ରବି, ଅଭିଜିତ ପାଟିଲ, ସଲିମ ଖାନ, ବିଜେଶ କୁମାର ଏବଂ ହରିଶ ମହମ୍ମଦ ।


ମୁମ୍ବାଇ ଖିଲାଡି: ଗଜାନନ ସେଙ୍ଗଲ, ଶ୍ରୀଜେଶ ଏସ, ମହେଶ ସିନ୍ଦେ, ଅନିକେତ ପୋଟେ, ଶୁଭାଶିଷ ସାନ୍ତ୍ରା, ହୃଷିକେଶ
ମୁର୍ଚାୱାଡେ, ରୋକେସନ ସିଂ, ପି ଶିବା ରେଡ୍ଡୀ, ଗୋବିନ୍ଦ ଯାଦବ, ଅଭିକ ସିଂହ, ମିଲିନ୍ଦ କୁର୍ପେ, ସୁନୀଲ ପାତ୍ର, ସୁଧୀର କୁମାର,
ଏମଡି ଆଇମନ ପାଶା, ସାଗର ପୋତଦାର, ରୋହନ କୋରେ, କୋମଲ, ପାୱାର ସଚିନ, ଧୀରଜ ଭାବେ, ଦେବାଶିଷ, ଶିବା,
ଅଜୟ କଶ୍ୟ, ପ୍ରୀତମ ଚୌଗୁଲେ, ସିବିନ ଏମ, ଅଭିଷେକ ପଥରୋଦେ ଏବଂ ପରମାର ରାହୁଲ ।


ରାଜସ୍ଥାନ ୱାରିୟର୍ସ: ଅକ୍ଷୟ ଗନପୁଲେ, ଦିଲରାଜସିଂ ସେଙ୍ଗର, ମଜହର ଜମାଦାର, ବିଜୟ ହାଜର, ଜଗନାଥ ଦାସ, ଋଷଭ
ବାଘ, ନିଲେଶ ପାଟିଲ, ପ୍ରଜ୍ୱାଲ କେଏଚ୍‌, ବ୍ରାହ୍ମଣେ ବିବେକ, ରଞ୍ଜନ ସେଠୀ, ରେଜେଟି ସୁରାଇନାଇଡୁ, ସୌରଭ ଗଡ଼ଗେ,
ନନ୍ଦନ ଡି, ଗଣେଶ ବୋରକର, ବିକା ଚେତନ, ବୁଚନନଗରୀ ରାଜୁ, ଧନରାଜ ପି, ଜଗନ୍ନାଥ ମୁର୍ମୁ, ଆଦିତ୍ୟ ଶେଲକେ, ମୁକେଶ
ପ୍ରଜାପତ, ବୈଭବ ମୋରେ ଓ ଆଦିତ୍ୟ କେ.ଏନ୍ ।

Comments are closed, but trackbacks and pingbacks are open.