ଭାରତୀୟ ତଟରକ୍ଷୀ ବାହିନୀ ସହ ଏମ୍ଓୟୁ ସ୍ୱାକ୍ଷର କରିଛି ଆମାଜନ ଇଣ୍ଡିଆ
ଭୁବନେଶ୍ୱର : କମ୍ପାନୀରେ ପୂର୍ବତନ ସେନା କର୍ମଚାରୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ସହ ଏକ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି । ମହିଳା, ଏଲ୍ଜିବିଟିକ୍ୟୁଆଇଏ+, ବରିଷ୍ଠ ସେନା ଅଧିକାରୀ, ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ଭିନ୍ନ ଭିନ୍ନ ପୃଷ୍ଠଭୂମି, ଭୌଗୋଳିକ ଅବସ୍ଥାନ ଓ ସାମାଜିକ ସ୍ତରର ଲୋକଙ୍କ ସମେତ ପ୍ରତିଭାମାନଙ୍କର ସମସ୍ତ ସମୁଦାୟକୁ ସୁଯୋଗ ସଂଶାଧନ ପାଇଁ ସମାନ ପହଂଚ ପ୍ରଦାନ କରିବା ଲାଗି କମ୍ପାନୀ ପ୍ରତିବଦ୍ଧ ରହିଛି ଯାହା ସେମାନଙ୍କୁ ନିଜର ଦକ୍ଷତା ବିସ୍ତାର କରିବା ପାଇଁ ସକ୍ଷମ କରିବ । ବିଗତ କିଛି ବର୍ଷ ମଧ୍ୟରେ ଆମାଜନ ଇଣ୍ଡିଆ କାର୍ଯ୍ୟକ୍ଷେତ୍ରରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତୀକରଣ ଆଣିବା ପାଇଁ ଏକାଧିକ ପଦକ୍ଷେପ ଆରମ୍ଭ କରିଛି । ଅଗଷ୍ଟ ୨୦୧୯ରେ ଆମାଜନ ଇଣ୍ଡିଆ ପକ୍ଷରୁ ଭାରତବ୍ୟାପୀ କମ୍ପାନୀ ଫୁଲ୍ଫିଲମେଂଟ୍ ନେଟ୍ୱର୍କରେ ଅବସରପ୍ରାପ୍ତ ସେନା ଅଧିକାରୀ ଓ ସେମାନଙ୍କ ଜୀବନସାଥୀଙ୍କ ପାଇଁ ଶତାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଏକ ମିଲିଟାରୀ ଭେଟେରାନ୍ସ ଏମ୍ପ୍ଲୟମେଂଟ୍ ପ୍ରୋଗ୍ରାମର ଶୁଭାରମ୍ଭ କରାଯାଇଥିଲା । ଏହି ପ୍ରୋଗ୍ରାମକୁ ଆର୍ମି ୱେଲ୍ଫେୟାର ପ୍ଲେସ୍ମେଂଟ୍ ଅର୍ଗାନାଇଜେଶନ (ଏଡବ୍ଲୁପିଓ) ସହ ସହଭାଗିତାରେ ଉନ୍ମୋଚନ କରାଯାଇଥିଲା । ନିକଟରେ ଆମାଜନ ଇଣ୍ଡିଆ ଡାଇରେକ୍ଟୋରେଟ୍ ଜେନେରାଲ ରିସେଟେଲ୍ମେଂଟ୍ (ଡିଜିଆର) ସହ ନିଜର ଏମ୍ଓୟୁକୁ ନବୀକରଣ କରି ଭାରତରେ ଏହାର ବର୍ଦ୍ଧିତ ପରିଚାଳନା ନେଟ୍ୱର୍କରେ ପୂର୍ବତନ ସେନା କର୍ମଚାରୀଙ୍କୁ କାର୍ଯ୍ୟ ସୁଯୋଗ ପ୍ରଦାନ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ କରିଛି । ଡିଜିଆର୍ ସହ ଏହି ଏମ୍ଓୟୁ ଆମାଜନ ଇଣ୍ଡିଆକୁ ବରିଷ୍ଠ ଅଧିକାରୀମାନଙ୍କ ଅବ୍ୟବହୃତ କ୍ଷମତାକୁ ଉପଯୋଗ କରିବା ପାଇଁ ସକ୍ଷମ କରୁଛି, ଏହାକୁ ଏକ ଉନ୍ନତ ପ୍ରତିଭା ଶୃଙ୍ଖଳା ପାଇଁ ପହଂଚ ପ୍ରଦାନ କରୁଛି ।
ଏସମ୍ପର୍କରେ ଆମାଜନ ଇଣ୍ଡିଆ, ଜାପାନ ଓ ଏମର୍ଜିଙ୍ଗ ମାର୍କେଟ୍ରେ ପିପୁଲ ଏକ୍ସପେରିଏନ୍ସ ଟେକ୍ନୋଲୋଜି ବିଭାଗର ଭିପି ଦୀପ୍ତି ବର୍ମା କହିଛନ୍ତି, ‘ଆମାଜନରେ ଆମେ ଆମର କାର୍ଯ୍ୟକ୍ଷେତ୍ରରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତୀକରଣକୁ ଶକ୍ତିଶାଳୀ କରିବା ପ୍ରତି ଆମର ପ୍ରୟାସ ବୃଦ୍ଧି କରି କୃତଜ୍ଞ ମନେ କରୁଛୁ । ପୂର୍ବତନ ସେନା କର୍ମଚାରୀମାନଙ୍କ ଅଭିଜ୍ଞତା ଓ ସ୍ୱତନ୍ତ୍ର ଦୃଷ୍ଟିକୋଣର ମୂଲ୍ୟବାନ ସମ୍ପତିର ଗଭୀର ପ୍ରଶଂସା କାରଣରୁ ଆମାଜନ ସାରା ବିଶ୍ୱରେ ମିଲିଟାରୀ ଭେଟେରାନ୍ସ ଏମ୍ପ୍ଲୟମେଂଟ୍ ପ୍ରୋଗ୍ରାମର ପରିଚାଳନା କରୁଛି । ଏହି ଏମ୍ଓୟୁ ସ୍ୱାକ୍ଷର କରିବା ସହିତ ଆମେ ଆମର ପୂର୍ବତନ ସେନା କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଅର୍ଥପୂର୍ଣ୍ଣ କାର୍ଯ୍ୟ ସୁଯୋଗ ସୃଷ୍ଟି କରିବାର ଏକ ସାଧାରଣ ଲକ୍ଷ୍ୟ ଦିଗରେ ଭାରତୀୟ ତଟରକ୍ଷୀ ବାହିନୀ ସହ ମିଶି କାର୍ଯ୍ୟ କରିବା ପାଇଁ ଉତ୍ସାହିତ ରହିଛୁ ।’
ଏହା ସମ୍ପର୍କରେ ଭାରତୀୟ ତଟରକ୍ଷୀ ବାହିନୀ କହିଛନ୍ତି, ‘ଆମାଜନ ଇଣ୍ଡିଆ ପୂର୍ବତନ ସେନା କର୍ମଚାରୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା କ୍ଷେତ୍ରରେ ଏକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି । ଏହି ଏମ୍ଓୟୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି କାରଣ ଆମେ ଭାରତୀୟ ତଟରକ୍ଷୀ ବାହିନୀରୂ ପୂର୍ବତନ ସେନା କର୍ମଚାରୀଙ୍କ ପାଇଁ ସାର୍ଥକ କ୍ୟାରିୟର ମାର୍ଗ ବିକଶିତ କରିବାର ଏକ ମିଳିତ ଉଦ୍ଦେଶ୍ୟ ହାସଲ କରିବା ପାଇଁ ଏକତ୍ରିତ ହୋଇଛୁ ।’ ଏହି ନୂତନ ବୁଝାମଣା ପତ୍ର ମାଧ୍ୟମରେ ଆମାଜନ ଇଣ୍ଡିଆ ଆଇସିଜି ସହିତ ସହଯୋଗ କରିବ, ଯାହା ସାମରିକ ପୃଷ୍ଠଭୂମିର ପୂର୍ବତନ ସୈନିକମାନଙ୍କୁ ଆମାଜନରେ କିମ୍ବା ଅନ୍ୟ କର୍ପୋରେଟ୍ ଭୂମିକାରେ ସୁଯୋଗ ମାଧ୍ୟମରେ ସେମାନଙ୍କ କର୍ପୋରେଟ୍ କ୍ୟାରିୟର କୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବାର ପାରସ୍ପରିକ ଲକ୍ଷ୍ୟକୁ ସାକାର କରିବ ।
Comments are closed, but trackbacks and pingbacks are open.