କ୍ରୋମା ପକ୍ଷରୁ ପଟିଆରେ ନୂଆ ଷ୍ଟୋର୍ ଶୁଭାରମ୍ଭ ସହ ଭୁବନେଶ୍ୱରରେ ସମ୍ପ୍ରସାରଣ

148

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ସଂସ୍ଥା ତଥା ଭାରତର ପ୍ରଥମ ଓ ବିଶ୍ୱାସନୀୟ ଓମ୍‌ନି-ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ଭୁବନେଶ୍ୱରର ଆବାସିକ ଏବଂ କର୍ପୋରେଟ୍ ଅଂଚଳ ଭାବେ ଜଣାଶୁଣା ପଟିଆରେ ନୂଆ ଷ୍ଟୋର୍ ଖୋଲାଯାଇଛି । ପଟିଆର କାନନ ବିହାର ସ୍ଥିତ ଗାୟତ୍ରୀ ବିହାରର ବିଗ୍ ୱିଙ୍ଗ୍ ହୋଣ୍ଡା ନିକଟରେ କଂପାନି ଏହାର ଦ୍ୱିତୀୟ ଷ୍ଟୋର୍‌କୁ ସ୍ଥାପନ କରିଛି ।
କ୍ରେମା ହେଉଛି ସହରର ପ୍ରଥମ ଜାତୀୟ ସ୍ତରର ବଡ଼ ଧରଣର ସ୍ୱତନ୍ତ୍ର ଓମ୍‌ନି ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର ଯାହା ୫୫୦ରୁ ଅଧିକ ବ୍ରାଣ୍ଡ୍‌ର ୧୬୦୦୦ରୁ ଅଧିକ ଉତ୍ପାଦ ପ୍ରଦାନ କରୁଛି । ଉନ୍ନତ ସାମାଜିକ ଭିତିଭୂମି ଓ ଦୃଢ଼ ସଂଯୋଗ ଯୋଗୁଁ ଏକ ଉଦୀୟମାନ ଆବାସିକ ସ୍ଥଳ ଭାବେ ପଟିଆରେ ଦ୍ରୁତ ଅଭିବୃଦ୍ଧି ହୋଇଛି, ତେଣୁ ଏଠାରେ ଶ୍ରେଷ୍ଠ ଇଲେକ୍ଟ୍ରୋନିକ୍ସ ଖୋଜୁଥିବା ଗ୍ରାହକମାନଙ୍କ ଲାଗି ଏହା ଏକ ସମ୍ଭାବନାର କ୍ଷେତ୍ରରେ ପରିଣତ ହୋଇଛି ।
ଦୁଇ ମହଲା ବିଶିଷ୍ଟ ଏହି ୧୨,୦୦୦ ବର୍ଗଫୁଟ୍‌ରୁ ଅଧିକ ସ୍ଥାନର ଷ୍ଟୋର୍‌ରେ ଗ୍ରାହକମାନେ ଅଭିଜ୍ଞ କ୍ରୋମା ବିଶେଷଜ୍ଞଙ୍କ ସହାୟତାରେ ସପିଙ୍ଗ୍ କରିପାରିବେ । ସେମାନେ ଷ୍ଟୋର୍ ରୁ ଟିଭି, ସ୍ମାର୍ଟଫୋନ୍‌, ଡିଜିଟାଲ୍ ଡିଭାଇସ୍‌, ଶୀତଳତା ପ୍ରଦାନକାରୀ ସମାଧାନ, ଘରକରଣା ଆପ୍ଲାଏନ୍‌ସେସ୍‌, ଅଡିଓ ଓ ଆସେସୋରିଜ୍ କିଣିପାରିବେ । ସେମାନେ କ୍ରୋମାର ବିକ୍ରି ପରବର୍ତୀ ସେବା ବିଷୟରେ ଜାଣିବା, ବିଶେଷଜ୍ଞକଙ୍କ ପରାମର୍ଶ ଏବଂ ଶୀକ୍ଷଣୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଆଦି ସୁବିଧା ପାଇପାରିବେ ।
ଏହି ଅବସରରେ କ୍ରୋମା ଇନ୍‌ଫିନିଟି ରିଟେଲ୍ ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ଶ୍ରୀଯୁକ୍ତ ଅଭିଜିତ ମିତ୍ର କହିଛନ୍ତି ଯେ, “ଭୁବନେଶ୍ୱରର ଗ୍ରାହକମାନଙ୍କୁ ସ୍ୱାଗତ କରିବା ଲାଗି ଆମ ଇଲେକ୍ଟ୍ରୋନିକ୍ସ ବିଶେଷଜ୍ଞ ଟିମ୍ ଉତ୍ସାହର ସହ ଚାହିରହିଛନ୍ତି । ସେମାନଙ୍କ ଲାଗି ଯାହା ସୁହାଇବ ତାହା ଚୟନ କରିବାରେ ସହାୟତା ପ୍ରଦାନ କରି ଆମେ ସେମାନଙ୍କୁ ଉଲ୍ଲସିତ କରିବୁ ଏବଂ ସେମାନଙ୍କୁ ଶ୍ରେଷ୍ଠ ମାନର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ପ୍ରଦାନ କରିବୁ । ଆମର ମୂଲ୍ୟବାନ ଗ୍ରାହକମାନଙ୍କ ଲଗି ଆମେ ଏକ ବ୍ୟାପକ ଏବଂ ନୂଆ ଗାଡ୍‌ଜେଟ୍ ବର୍ଗମାଳା ପ୍ରସ୍ତୁତ କରିବୁ ଏବଂ ସେମାନଙ୍କୁ ଶ୍ରେଷ୍ଠ ବିକ୍ରି ପରବର୍ତୀ ସେବା ପ୍ରଦାନ କରିବୁ ।’’

Comments are closed, but trackbacks and pingbacks are open.