ପ୍ରତିରକ୍ଷା ପେନ୍‌ସନ୍‌ଭୋଗୀଙ୍କ ପାଇଁ ସ୍ପର୍ଶ ସେବା କେନ୍ଦ୍ର ସ୍ଥାପନ କରିବାକୁ ବନ୍ଧନ ବ୍ୟାଙ୍କ ପକ୍ଷରୁ ଭାରତ ସରକାରଙ୍କ ସହ ସହଯୋଗିତା

110

ଭୁବନେଶ୍ୱର: ପ୍ରତିରକ୍ଷା ପେନ୍‌ସନଭୋଗୀ ଓ ସେମାନଙ୍କ ପରିବାରକୁ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବା ଲାଗି ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟର କଂଟ୍ରୋଲର ଜେନେରାଲ ଅଫ୍ ଡିଫେନ୍‌ସ ଆକାଉଂଟ୍‌ସ ସହ ବନ୍ଧନ ବ୍ୟାଙ୍କ ପକ୍ଷରୁ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି ।
ବ୍ୟାଙ୍କ ପକ୍ଷରୁ ଏହାର ୫୫୭ ଶାଖା ଜରିଆରେ ପ୍ରତିରକ୍ଷା ପେନ୍‌ସନ୍‌ଭୋଗୀ ଓ ସେମାନଙ୍କ ପରିବାରକୁ ବ୍ୟାଙ୍କ ସେବା ପ୍ରଦାନ କରାଯିବ । ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ଫର ଡିଫେନ୍ସ ପେନ୍‌ସନର୍ସ ଅନ୍ ସିଷ୍ଟମ୍ ଫର ପେନ୍‌ସନ୍ ଆଡମିନିଷ୍ଟ୍ରେସନ ରକ୍ଷା (ସ୍ପର୍ଶ) ଅଧୀନରେ ସମସ୍ତ ପ୍ରତିରକ୍ଷା ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍ ସମ୍ପର୍କିତ ଏକକ ସମାଧାନ କେନ୍ଦ୍ର ଲାଗି ସରକାରଙ୍କ ରହିଥିବା ଲକ୍ଷ୍ୟ ଅନୁସାରେ ବ୍ୟାଙ୍କ ଏହି ସୁବିଧା ପ୍ରଦାନ କରୁଛି ।
ନୂଆଦିଲ୍ଲୀଠାରେ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟର ଆଇଡିଏଏସ୍‌, କଂଟ୍ରୋଲର, ଓ/ଓ ପିସିଡିଏ (ପେନ୍‌ସନ୍‌ସ), ପ୍ରୟାଗରାଜ ଶ୍ରୀଯୁକ୍ତ ଶ୍ୟାମ ଦେବ, ଭାରତ ସରକାରଙ୍କ ପ୍ରତିରକ୍ଷା ସଚିବ ଆଇଏଏସ୍ ଶ୍ରୀଯୁକ୍ତ ଗିରିଧର ଅରମାନେ, ଆର୍ଥିକ ଉପଦେଷ୍ଟା (ପ୍ରତିରକ୍ଷା) ଶ୍ରୀମତୀ ରଶିକା ଚୌବେ ଓ ବନ୍ଧନ ବ୍ୟାଙ୍କର ମୁଖ୍ୟ-ସରକାରୀ ବ୍ୟବସାୟ ଶ୍ରୀଯୁକ୍ତ ଦେବରାଜ ଶାହଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ୱାକ୍ଷର ହୋଇଛି ।
ଦିଲ୍ଲୀ କ୍ୟାଟଂନ୍‌ମେଂଟ୍‌ରେ ଏକ ସ୍ପର୍ଶ ସେବା କେନ୍ଦ୍ରକୁ ପ୍ରତିରକ୍ଷା ସଚିବ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ଯେଉଁଠାରେ ସେବା ଅନୁରୋଧ, ଅଭିଯୋଗ ସମାଧାନ, ବାର୍ଷିକ ଜୀବନ ପ୍ରମାଣପତ୍ର, ପେନ୍‌ସନ୍ ତଥ୍ୟ ଯାଂଚ (ପିଡିଏ), ଆଧାର ନମ୍ବର, ପାନ୍ ନମ୍ବର, ଡାକ ଠିକଣା ଓ ବ୍ୟାଙ୍କ ବିବରଣୀ ଭଳି ବିଭିନ୍ନ ସେବା ଉପଲବ୍ଧ ହେବ ।

Comments are closed, but trackbacks and pingbacks are open.