ସିଡ୍ବି ମେଂଟରସିପ୍ରେ ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ଅନଲାଇନ୍ ପିଏସ୍ବି ଲୋନ୍ସ ଲିମିଟେଡ୍ ସହଯୋଗିତାରେ ଏମ୍ଏସ୍ଏମ୍ଇ ପାଇଁ ଏଫ୍ଆଟି ର୍ୟାଙ୍କିଙ୍ଗ୍ର ଶୁଭାରମ୍ଭ
ଭୁବନେଶ୍ୱର: ଏମ୍ଏସ୍ଏମ୍ଇ ଋଣ ପୋର୍ଟଫୋଲିଓକୁ ନିରନ୍ତର ଭାବେ ବଢ଼ାଇବାରେ ବ୍ୟାଙ୍କ ଓ ଆର୍ଥିକ ଅନୁ୍ଷ୍ଠାନଗୁଡ଼ିକୁ ସାହାଯ୍ୟ କରିବା ସହ ଋଣ ପାଉନଥିବା ଏମ୍ଏସ୍ଏମ୍ଇଙ୍କ ପାଖରେ ଫାଇନାନ୍ସ ପହଂଚାଇବା ଲାଗି ନିଜର ରହିଥିବା ଲକ୍ଷ୍ୟକୁ ସାକାର କରିବା ପାଇଁ ସିଡ୍ବିର ମେଂଟରସିପ୍ ଓ ଅନଲାଇନ୍ ପିଏସ୍ବି ଲୋନ୍ସ ଲିମିଟେଡ୍ (ଓପିଏଲ୍) ସହଯୋଗିତାରେ ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ପାଇଁ ଏଫ୍ଆଇଟି ର୍ୟାଙ୍କିଙ୍ଗ୍ର ଶୁଭାରମ୍ଭ କରାଯାଇଛି ।
ଜିଏସ୍ଟି, ବ୍ୟାଙ୍କ ଷ୍ଟେଟମେଂଟ୍ ଓ ଆୟକର ରିଟର୍ଣ୍ଣ ଆଧାରରେ ଏମ୍ଏସ୍ଏମ୍ଇଗୁଡ଼ିକୁ ଫାଇନାନ୍ସିଆଲ, ଇନ୍କମ୍ ଆଣ୍ଡ୍ ଟ୍ରେଡ୍ (ଏଫ୍ଆଇଟି) ର୍ୟାଙ୍କିଙ୍ଗ୍ ପ୍ରଦାନ କରାଯିବ । ଆସନ୍ତା ୧୨ ମାସରେ କେଉଁ ଏମ୍ଏସ୍ଏମ୍ଇ ଏନ୍ପିଏ ହେବାର ଆଶଙ୍କା ନାହିଁ ତାହାକୁ ଆକଳନ କରିବା ଲାଗି ଏଥିରେ ମେସିନ୍ ଲର୍ଣ୍ଣିଂ ପ୍ରଯୁକ୍ତିକୁ ବ୍ୟବହାର କରାଯିବ । ୧-୧୦ ଭିତରେ ର୍ୟାଙ୍କ ପ୍ରଦାନ କରାଯିବ । ଯେଉଁମାନଙ୍କ ର୍ୟାଙ୍କ ୧ ସେମାନଙ୍କୁ ଋଣ ଦେବାରେ ବିପଦର ମାତ୍ରା ସବୁଠୁ କମ୍ ଏବଂ ଯେଉଁମାନଙ୍କ ର୍ୟାଙ୍କ ୧୦ ସେମାନଙ୍କୁ ଋଣ ଦେବା ଅଧିକ ବିପଦପୂର୍ଣ୍ଣ ବୋଲି ଜଣାପଡ଼ିବ । ପ୍ରଥମ ଥର ଲାଗି ଟ୍ରାନ୍ସୟୁନିୟନ୍ ସିବିଲ ପକ୍ଷରୁ ଋଣ ଖିଲାପ ଆକଳନ କରିବା ଲାଗି ଏକ ବ୍ୟବସ୍ଥା ବିକାଶ କରାଯାଇଛି ।
ଏହି ଅବସରରେ ସିଡ୍ବିର ସିଏମ୍ଡି ଶିବସୁବ୍ରମଣ୍ୟନ ରମନ କହିଛନ୍ତି ଯେ, “ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଭାରତରେ ମାତ୍ର ଏକ ତୃତୀୟାଂଶ ଏମ୍ଏସ୍ଏମ୍ଇଙ୍କୁ ସଂଗଠିତ କ୍ଷେତ୍ରରୁ ଋଣ ମିଳୁଛି । ଏଥିରୁ ଏହା ଜଣାପଡ଼ୁଛି ଯେ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଋଣ ସାନ୍ଧ୍ରତା ବଢ଼ାଇବାର ସୁଯୋଗ ରହିଛି । ବଜାରରେ ଉପଲବ୍ଧ ଥିବା ବିବିଧ ଡାଟା ଉତ୍ସ ଆଧାରରେ ଏମ୍ଏସ୍ଏମ୍ଇ ପାଇଁ ବିପଦ ଆକଳନ କରିବା ମାନଦଣ୍ଡ ଧାର୍ଯ୍ୟ କରାଯାଇପାରିବ, ଯାହା ଦ୍ୱାରା ଏମ୍ଏସ୍ଏମ୍ଇ ସଂସ୍ଥାଙ୍କୁ ଅଧିକ ଋଣ ଦିଆଯିବ । ସନ୍ତୋଷଜନକ ଜିଏସ୍ଟି ଟ୍ରାକ୍ ରେକର୍ଡ, ବ୍ୟାଙ୍କିଙ୍ଗ ପ୍ରଦର୍ଶନ ଏବଂ ଆୟକର ରିଟର୍ଣ୍ଣ ଦ୍ୱାରା ଏମ୍ଏସ୍ଏମ୍ଇଗୁଡ଼ିକୁ ଉପକୃତ ହୋଇପାରିବେ ଏବଂ ସେମାନେ ଅଧିକ ଋଣ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଋଣ କ୍ଷତିର ମୁକାବିଲାରେ ଏହି ର୍ୟାଙ୍କର ଶକ୍ତିକୁ ପ୍ରଶଂସା କରି ସେ କହିଛନ୍ତି ଯେ ସିଡ୍ବି ପକ୍ଷରୁ ଏମ୍ଏସ୍ଏମଇମାନଙ୍କ ଲାଗି ଏକ ନୂଆ ଏକ୍ସପ୍ରେସ୍ ଋଣ ଉତ୍ପାଦ ବିକାଶ କରାଯାଇଛି ଯେଉଁଥିରେ ସେମାନଙ୍କୁ ମେସିନ କିଣିବା, ରୁଫ୍ ଟପ୍ ସୋଲା ଆଦି ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ।’’
ଟ୍ରାନ୍ସୟୁନିୟନ୍ ସିବିଲ୍ର ଏମ୍ଡି ଓ ସିଇଓ ରାଜେଶ କୁମାର କହିଛନ୍ତି ଯେ, “ଭାରତୀୟ ଅର୍ଥନୀତି ଇଂଜିନର ମେରୁଦଣ୍ଡ ହେଉଛି ଏମ୍ଏସ୍ଏମ୍ଇ ଏବଂ ନିରନ୍ତର ଅଭିବୃଦ୍ଧିର ତାହା ହେଉଛି ମୁଖ୍ୟ ସ୍ରୋତ । ଏକ ପାଂଚ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବା ଲକ୍ଷ୍ୟକୁ ହାସଲ କରିବା ପାଇଁ ରହିଥିବା ପଥକୁ ସୁଦୃଢ଼ କରିବା ଲାଗି ସାରା ଦେଶର ଭୌଗୋଳିକ ଅଂଚଳରେ ଥିବା ଯୋଗ୍ୟ ଏମ୍ଏସଏମ୍ଇଗୁଡ଼ିକ ପାଖରେ ଆର୍ଥିକ ସୁଯୋଗକୁ ପହଂଚାଇବାକୁ ପଡ଼ିବ । ଏହି କ୍ଷେତ୍ରର ଋଣ ଅଭିବୃଦ୍ଧିରେ ଏକ ବଡ଼ ପ୍ରତିବନ୍ଧକ ହେଉଛି ବ୍ୟାପକ ଏବଂ ଗୋଟିଏ ସ୍ଥାନରେ ଏମ୍ଏସ୍ଏମ୍ଇକୁ ନେଇ ସୂଚନାର ଅଭାବ । ଆର୍ଥିକ, ଆୟ ଓ କାରବାର ସମ୍ପର୍କିତ ସୂଚନା ଆଧାରରେ ଏକ ତ୍ରିକୋଣୀୟ ସ୍ଥିତି ଉପସ୍ଥାପନ କରିବା ଲାଗି ଜିଏସ୍ଟି, ବ୍ୟାଙ୍କିଙ୍ଗ ଓ ଆୟକରର ରହିଥିବା ତଥ୍ୟକୁ ବ୍ୟବହାର କରି ସେହି ପ୍ରତିବନ୍ଧକ ଦୂର କରିବାକୁ ଏଫ୍ଆଇଟି ର୍ୟାଙ୍କିଙ୍ଗ ଲକ୍ଷ୍ୟ ରଖିଛି । ଏହି ମଡ୍ୟୁଲାର ର୍ୟାଙ୍କ ସହିତ ଆମର ପ୍ରମୁଖ ସିବିଲ ଏମଏସଏମଇ ର୍ୟାଙ୍କକୁ ବ୍ୟବହାର କରି ବ୍ୟାଙ୍କ ଓ ଋଣ ପ୍ରଦାନକାରୀମାନେ ଦେଶର ବଡ଼ ସଂଖ୍ୟାର ଏମ୍ଏସଏମଇ ପାଖରେ ଶୀଘ୍ର ଋଣ ପହଂଚାଇବାର ଲକ୍ଷ୍ୟ ହାସଲ କରିପାରିବେ ।’’
ଅନ୍ଲାଇନ୍ ପିଏସ୍ବି ଲୋନ୍ସର ପରିଚାଳନା ନିର୍ଦେଶକ ଜିନାନ୍ଦ ଶାହ କହିଛନ୍ତି ଯେ, “ଏମ୍ଏସ୍ଏମ୍ଇଙ୍କ ପାଇଁ ଶୀଘ୍ର, ନିରବଚ୍ଛିନ୍ନ ଏବଂ ଡିଜିଟାଲ ମାଧ୍ୟମରେ ଋଣ ପହଂଚାଇବା ସହ ଋଣ ପୋର୍ଟଫୋଲିଓକୁ ସମ୍ପ୍ରସାରଣ କରିବାରେ ଋଣ ପ୍ରଦାନକାରୀ ସଂସ୍ଥାଙ୍କୁ ସାହାଯ୍ୟ କରିବା ଲାଗି ଓପିଏଲ୍ ପ୍ରତିବଦ୍ଧ ରହିଛି । ଟ୍ରାନ୍ସୟୁନିୟନ୍ ସିବିଲର ଶ୍ରେଷ୍ଠ ମାନର ଋଣ ସୂଚନା ଆନାଲିଟିକ୍ସ ସହ ଓପିଏଲ୍ର ସ୍ମାର୍ଟ, ଇଟଂରଆକ୍ଟିଭ୍, ସହଜ ଏବଂ ଅଭିନବ ଆର୍ଥିକ ସମାଧାନକୁ ଏଫ୍ଆଇଟି ର୍ୟାଙ୍କିଙ୍ଗ ବ୍ୟବହାର କରିବ । ଆମର ବିଶ୍ୱାସ ରହିଛି ଯେ ଭାରତୀୟ ଋଣ ପ୍ରଦାନୟକାରୀ ଶିଳ୍ପରୁ ଋଣ ପୋର୍ଟଫୋଲିଓରେ ଉଲ୍ଳେଖନୀୟ ଅଭିବୃଦ୍ଧି ଆଣିବା ଏବଂ ଏମ୍ଏସଏମଇଙ୍କ ପାଖରେ ଫାଇନାନ୍ସ ପହଂଚାଇ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ ପ୍ରଦାନ କରିବାରେ ଏଫଆଇଟି ର୍ୟାଙ୍କିଙ୍ଗ ସହାୟକ ହେବ ।’’
Comments are closed, but trackbacks and pingbacks are open.