୭୩ ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ – ଶନିବାରରେ ହେବ ଭୋଟ ଗଣତି

0 96

ରାଜ୍ୟରେ ଗତକାଲି ଶେଷ ହୋଇଥିବା ୩ଟି ମହାନଗର ନିଗମ ସମେତ ୪୭ଟି ପୌରପାଳିକା ଏବଂ ଅଣଷଠିଟି ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ମତଦାନର ଆସନ୍ତାକାଲି ଭୋଟ୍‍ ଗଣତି ହେବ । ଏହା ଗଣତି ପ୍ରକିୟା ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର୍‍
ସୂଚନା ଦେଇଛନ୍ତି । ଏଥିନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।


ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ଆର.ଏନ୍‌. ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗୋଟିଏ ୱାର୍ଡର ସବୁ ବୁଥ୍‌ର ଗଣତି ସରିଲେ ଫଳାଫଳ ଘୋଷଣା କରାଯିବ । ପ୍ରଥମେ ନିର୍ବାଚନରେ ନିୟୋଜିତ କର୍ମଚାରୀ ଦେଇଥିବା ପୋଷ୍ଟାଲ ବାଲାଟଗୁଡ଼ିକୁ ଗଣନା କରାଯିବ । ଏହାପରେ ଇଭିଏମ୍‌
ଭୋଟ୍‌ ଗଣତି ହେବ । ଧାମନଗର ଏନ୍‌ଏସିରେ ଭୋଟ୍‌ ଗଣତି ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି ।


କାଉନସିଲର ଏବଂ ପୌରାଧ୍ୟକ୍ଷ ଭୋଟ୍‌ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଲେଖାଏଁ ଟେବୁଲ ବ୍ୟବସ୍ଥା କରାଯାଇଛି । ସେହିପରି ଚେୟାର୍‍ମ୍ୟାନ୍‍
ଏବଂ କାଉନସିଲର ଭୋଟ୍‌ ଗଣତି ପାଇଁ ମୁନସିପାଲିଟିରେ ସର୍ବାଧିକ ୫ଟି ଲେଖାଏଁ ଟେବୁଲ, ମେୟର୍‍ ଏବଂ କର୍ପୋରେଟର ଭୋଟ୍‌ ଗଣତି ପାଇଁ
ମହାନଗର ନିଗମରେ ୧୨ଟି ଲେଖାଏଁ ଟେବୁଲ ବ୍ୟବସ୍ଥା କରାଯାଇଛି । ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ ଲେଖାଏଁ ସୁପରଭାଇଜର ରହିବେ । ସେମାନଙ୍କ
ସହ ଜଣେ କଉଣ୍ଟିଂ ଆସିଷ୍ଟାଣ୍ଟ୍‍ ମଧ୍ୟ ନିୟୋଜିତ ରହିବେ । ସେ ଆହୁରି କହିଛନ୍ତି, ଭୋଟ୍‌ ଗଣତିର ପୂର୍ଣ୍ଣ ପ୍ରକ୍ରିୟା ସିସିଟିଭି ନଜରରେ ରହିବ ।


ସୂଚନାଯୋଗ୍ୟ, ଆସନ୍ତାକାଲି ପ୍ରାୟ ୬ ହଜାରରୁ ଉଦ୍ଧ୍ୱର୍ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଅପରପକ୍ଷରେ ୭୩ ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ
ହୋଇସାରିଛନ୍ତି ।

Leave A Reply