ଷୋଡ଼ଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଧିବେଶନରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି । ସେ ତାଙ୍କ ଅଭିଭାଷଣରେ ଦିବଂଗତ ବିପିନ ରାୱତଙ୍କ ସହ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଓ କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିସହ ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ।
ରାଜ୍ୟପାଳ କହିଛନ୍ତି, ସରକାର ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ପୂର୍ବବର୍ଷ ତୁଳନାରେ ୮୪ ପ୍ରତିଶତ ଅର୍ଥାତ୍ ୬୨ ହଜାର ୭୮୮ କୋଟି ଟଙ୍କା ଅଧିକ ରାଜସ୍ୱ ଆଦାୟ କରିବାକୁ ସକ୍ଷମ ହୋଇଛନ୍ତି । ସେହପରି ଭାବେ ୨୦୨୧-୨୨ ବର୍ଷ ଖଣି ରାଜସ୍ୱ ସଂଗ୍ରହର ବର୍ଷ ଅଟେ । ଗତ ୫ ବର୍ଷରେ ମୋଟ୍ ୪୬ ହଜାର ୩୪୭ କୋଟି ଟଙ୍କାର ଖଣି ରାଜସ୍ୱ ଆଦାୟ ହୋଇଥିବାବେଳେ ଚଳିତବର୍ଷର ଗତ ଡିସେମ୍ବର ଶେଷ ସୁଦ୍ଧା ୩୧ ହଜାର ୪୯ କୋଟି ଟଙ୍କା ହୋଇଛି । ଏତଦ୍ବ୍ୟତୀତ ଅବକାରୀ ରାଜସ୍ୱ ଆଦାୟ ମଧ୍ୟ ଉଲ୍ଲେଖନୀୟ ହୋଇପାରିଛି ।
ସେ ଆହୁରି କହିଛନ୍ତି, ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଓ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ଆମ ପାଇଁ ମୂଲ୍ୟବାନ । ୧୫ରୁ ଅଧିକ ବୃହତ୍ ଯୋଜନା କାର୍ଯ୍ୟକାରୀ କରି ସ୍ୱାସ୍ଥ୍ୟସେବାରେ ଓଡ଼ିଶା ଅଦ୍ଭୂତପୂର୍ବ ଅଗ୍ରଗତି ହାସଲ କରିଛି । ରାଜ୍ୟର ପ୍ରତ୍ୟେକ ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣାରେ ସେବା ଦିଆଯାଉଛି । ଏହାଦ୍ୱାରା ରାଜ୍ୟରେ ୯୬ ଲକ୍ଷ ପରିବାର ଉପକୃତ ହେଉଛନ୍ତି ।
ପ୍ରତିଶ୍ରୁତିବଦ୍ଧ । ଏଥ୍ନିମନ୍ତେ ସଡ଼କ ନିର୍ମାଣ ଓ ପରିବହନ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି । କରୋନା ମୁକାବିଲା ପାଇଁ ୫କୋଟିରୁ ଅଧିକ
ଡୋଜ୍ ଟିକା ଦିଆଯାଇସାରିଛି । କରୋନା ଟେଷ୍ଟିଂ ପାଇଁ ବ୍ଲକସ୍ତରରେ ମଧ୍ୟ ବ୍ୟବସ୍ଥା କରାଯାଇଛି । କୋଭିଡ ସମୟରେ ୨୧କୋଟି ଶ୍ରମଦିବସ ଜରିଆରେ ଲୋକମାନଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି । ଚାଷୀଙ୍କୁ ବିନା ସୁଧରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣର ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟପାଳ ଆଜି ଗୃହରେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଚଳିତ ବଜେଟ୍ ଅଧିବେଶନରେ ୬ଟି କାର୍ଯ୍ୟଦିବସ ରହିବ ଏବଂ ଆସନ୍ତା ୩୦ ତାରିଖରେ ଗୃହରେ କାମଚଳା ବଜେଟ୍ ଆଗତ ହେବ । ଏହି ଅଧିବେଶନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଆଜି ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି ।