ରାଜ୍ୟରେ ବିଭିନ୍ନ ପୌର ପରିଷଦ ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବ । ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଜୋର୍ ଧରିଛି ।
ପୌରାଧ୍ୟକ୍ଷ ଏବଂ ମହାନଗର ନିଗମ ମେୟର୍ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ପ୍ରାର୍ଥୀ ଏବଂ ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଡାକବାଜୀ ଯନ୍ତ୍ର ଏବଂ ଘରକୁ ଘର ବୁଲି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀ ଚେଷ୍ଟା କରୁଛନ୍ତି । ବିଭିନ୍ନ ଦଳ ପକ୍ଷରୁ ଷ୍ଟାର ପ୍ରଚାରକମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ମତଦାତାଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି ।
ସୂଚନାଯୋଗ୍ୟ ପୌରାଧ୍ୟକ୍ଷ ଏବଂ ମେୟର ପଦବୀ ପାଇଁ ୫ ଶହ ଅଣସ୍ତରି ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ସେହିଭଳି କାଉନ୍ସିଲର୍ ଓ କର୍ପୋରେଟର୍ ପଦ ପାଇଁ ୫ ହଜାର ୮୪୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୪ ତାରିଖ ଦିନ ମତଦାନ ହୋଇ ୨୬ ତାରିଖରେ ଭୋଟ୍ ଗଣତି ହେବ ।