ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଛି । ଗତକାଲି ୯୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩ଲକ୍ଷ ୫ହଜାର ୮୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୯୨ ଜଣ ସୁସ୍ଥ ହୋଇଥିବାବେଳେ କେନ୍ଦୁଝରରୁ ୬୦, କଟକରୁ ୫୯ ଏବଂ ମୟୂରଭଞ୍ଜରୁ ୪୯ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଗତକାଲି ରାଜ୍ୟରେ ଆଉ ୬୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୩ହଜାର ୯୬୧କୁ ବୃଦ୍ଧି ପାଇଛି । ତେବେ ଗତକାଲି ୧୫ଜଣଙ୍କ ମୃତ୍ୟୁ ପରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ହଜାର ୬୪୦ରେ ପହଞ୍ଚିଛି ।