ରାଜ୍ୟରେ ଗୋଟିଏ ଦିନରେ ୩୦ଟି ଜିଲ୍ଲାରୁ ଆଉ ୧୦ ହଜାର ୫୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୫ ହଜାର ୮୩୩ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୨୨୬ ଜଣ ଥିବାବେଳେ ୧୮ବର୍ଷ ବୟସ ମଧ୍ୟରେ ୮୭୨ ଜଣ ଚିହ୍ନଟ ହୋଇଛନ୍ତି ।
ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧ ହଜାର ୬୦୬ରେ ପହଞ୍ଚିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୧୮୮ ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୧ ହଜାର ୩୪୮, କଟକରୁ ୮୭୦, ସମ୍ବଲପୁରରୁ ୫୭୦, ମୟୂରଭଞ୍ଜରୁ ୪୨୩, ବାଲେଶ୍ୱରରୁ ୨୭୮, ପୁରୀରୁ
୨୭୨, ଝାରସୁଗୁଡ଼ାରୁ ୨୧୯, ବଲାଙ୍ଗିର ୨୧୬, ଯାଜପୁର ଜିଲ୍ଲାରୁ ୨୧୨ ଏବଂ ଷ୍ଟେଟ୍ପୁଲ୍ରୁ ୭୨୪ ଜଣ ଚିହ୍ନଟ ହୋଇଛନ୍ତି ।
ଗତକାଲି ଗୋଟିଏ ଦିନରେ ୩ ଜଣଙ୍କର ମୃତ୍ୟୁ ଘଟିବା ସହ ରାଜ୍ୟରେ କରୋନାଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ ହଜାର ୪୭୨କୁ ବୃଦ୍ଧି ପାଇଛି । ସେହିପରି ଆଉ ୯୪୯ ଜଣ ସୁସ୍ଥ ହେବା ପରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ୪୮ ହଜାର ୭୩୨ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୪୪ ହଜାର ୩୪୯ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।
ଦେଶରେ ଏପର୍ଯ୍ୟନ୍ତ ୫ ହଜାର ୪୮୮ ଜଣ ଓମିକ୍ରନ ରେ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି । ସର୍ବାଧିକ ୧ ହଜାର ୩୬୭ ଜଣ ସଂକ୍ରମିତ ବ୍ୟକ୍ତି ମହାରାଷ୍ଟ୍ରରୁ ଥିବା ବେଳେ ରାଜସ୍ଥାନରୁ ୭୯୨ ଜଣ ଓ ଦିଲ୍ଲୀରୁ ୫୩୯ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ ହଜାର ୧୬୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଯାଇଛନ୍ତି । ଗତ ୨୪ ଘଣ୍ଟା ଭିତରେ ୨ ଲକ୍ଷ ୪୭ ହଜାର ଲୋକ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ ଆରୋଗ୍ୟ ହାର ୯୫ ଦଶମିକ ୫/୯ ଭାଗ ରହିଛି । ୮୪ ହଜାରରୁ ଅଧିକ ଲୋକ କୋଭିଡରୁ ଆରୋଗ୍ୟ ହୋଇଛନ୍ତି । ଫଳରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ କୋଟି ୪୭କୁ ଅତିକ୍ରମ କରିଯାଇଛି ।
ଦେଶରେ ଏପର୍ଯ୍ୟନ୍ତ ୧୫୫ କୋଟିରୁ ଊଦ୍ଧ୍ୱର୍ ଡୋଜ୍ ଟିକା ପ୍ରଦାନ କରାଯାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ଗୋଟିଏ ଦିନରେ ୪୦ ଲକ୍ଷରୁ ଊଦ୍ଧ୍ୱର୍ ଡୋଜ୍ ଟିକା ଦିଆଯାଇଛି । ସେହିଭଳି ଆଜି ଗୋଟିଏ ଦିନରେ ୧୫ରୁ ୧୮ ବର୍ଷ ବୟସ ବର୍ଗରେ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଡୋଜ୍ ଟିକା ଦିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ଏପର୍ଯ୍ୟନ୍ତ ୫ କୋଟି ୪୦ ଲକ୍ଷରୁ ଊଦ୍ଧ୍ୱର୍ ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ୩ କୋଟି ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୨ କୋଟି ୨୫ ଲକ୍ଷ ୨୬ ହଜାର ଦ୍ୱିତୀୟ ଡୋଜ୍ ଟିକା
ନେଇଛନ୍ତି । ସେହିଭଳି ୧୫ରୁ ୧୮ ବର୍ଷ ବୟସ ବର୍ଗରେ ୮ ଲକ୍ଷ ୫୩ ହଜାର ୧୫୩ ଜଣ ଟିକା ନେଇଛନ୍ତି ।
୧୫ରୁ ୧୮ବର୍ଷ ବୟସର ୩କୋଟିରୁ ଅଧିକ ପିଲାଙ୍କୁ ପ୍ରଥମ ଡୋଜ୍ କୋବିଡ ପ୍ରତିଷେଧକ ଟିକା ଦିଆଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି କୋବିଡ ଟୀକା ନେବାକୁ ପିଲାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଏହି ବର୍ଗର ପିଲାମାନେ ଆସି ଟିକା ନେବାକୁ ସେ ଅନୁରୋଧ କରିଛନ୍ତି ।