କରୋନାର ତୃତୀୟ ଲହର ଏପର୍ଯ୍ୟନ୍ତ ଅନେକ ଦେଶରେ ଆସି ନାହିଁ

0 56

କରୋନାର ତୃତୀୟ ଲହର ଏପର୍ଯ୍ୟନ୍ତ ଅନେକ ଦେଶରେ ଆସି ନାହିଁ । ତେଣୁ ଏହାକୁ ନେଇ ଲୋକମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ । କରୋନାର ସମ୍ଭାବ୍ୟ ତୃତୀୟ ଲହର ଆସିଲେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଡି.ଏମ୍‌.ଇ.ଟି. ଡାକ୍ତର ସି.ବି.କେ. ମହାନ୍ତି କହିଛନ୍ତି । ସମ୍ଭାବ୍ୟ ତୃତୀୟ ଲହର ପାଇଁ ଏବେଠାରୁ ଲୋକଙ୍କୁ ସଚେତନ କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ବି ଚାଲିଛି ।


ତୃତୀୟ ଲହରରେ ଶିଶୁ ଅଧିକ ଆକ୍ରାନ୍ତ ହେବେ କି ନାହିଁ, ସେନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ଜୁନ୍‌ ୭ ସୁଦ୍ଧା ବିଶ୍ୱରେ ୬୩ ଜଣ ଡେଲଟା ପ୍ଳସ ଭାରିଆଣ୍ଟ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ଭାରତରେ ୬ ଜଣ ଥିଲେ । ଏହାକୁ ଦୃଷ୍ଟିରେ ରଖି ଅଧିକ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ୧୨ ପ୍ରତିଶତ ଲେଖାଏଁ ଆକ୍ରାନ୍ତ ହୋଇଥିଲେ । ତୃତୀୟ ଲହରରେ ଅଧିକ ସଂକ୍ରମଣ ଆଶା ନାହିଁ ବୋଲି ଡାକ୍ତର ମହାନ୍ତି କହିଛନ୍ତି ।

Leave A Reply