Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଭୁଲ୍ ନ କରି ଜରିମାନା ଦେଇଥିଲେ ଟଙ୍କା ଫେରିପାଇବେ ଗାଡ଼ିଚାଳକ
ଭୁବନେଶ୍ୱର - ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ନ କରି ଭୁଲ୍ରେ ଚାଲାଣ କଟାଯାଇଥିଲେ ଗାଡ଼ିଚାଳକମାନେ ସେମାନଙ୍କର ଟଙ୍କା ଫେରସ୍ତ ପାଇବେ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହି ସୂଚନା ଦେଇଛନ୍ତି । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ନେଇ କିଛି ଲୋକଙ୍କ ନାମରେ ଭୁଲରେ ଚାଲାଣ କଟାଯାଇଥିବା…
ଚିକିତ୍ସାଧୀନ ଅବସ୍ଥାରେ ଉନ୍ନାଓ ପୀଡିତାଙ୍କର ମୃତ୍ୟୁ – ଦୁଷ୍କର୍ମ ଅଭିଯୁକ୍ତମାନେ ପୋଡି କରିଥିଲେ ହତ୍ୟା ଉଦ୍ୟମ
ନୂଆଦିଲ୍ଲୀ - ଉନ୍ନାଓ ଗଣ ଦୁଷ୍କର୍ମ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଉନ୍ନାଓରେ ଗତ ଗୁରୁବାରରେ ଗଣ ଦୁଷ୍କର୍ମ ଅଭିଯୁକ୍ତମାନେ ପୀଡିତାଙ୍କୁ ପୋଡି କରି ହତ୍ୟା ଉଦ୍ୟମ କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ଲକ୍ଷ୍ମୌରୁ ବିମାନ ଯୋଗେ ଦିଲ୍ଲୀ ଚିକିତ୍ସା ପାଇଁ ଅଣାଯାଇଥିଲା…
ବଢିଲା ରିଚାର୍ଜ ଦର-ଜିଓ ପକ୍ଷରୁ ନୂଆ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା
ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ନୂଆ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା
- ୬ ଡିସେମ୍ବର ୨୦୧୯ ରୁ କାର୍ଯ୍ୟକାରୀ ହେବ ନୂଆ ପ୍ଲାନ ସମୂହ
- ପୂର୍ବରୁ ପ୍ରଚଳିତ ଅଲ-ଇନ-ୱାନ ପ୍ଲାନ ତୁଳନାରେ ୩୦୦ ପ୍ରତିଶତ ଅଧିକ ସୁବିଧା
- ଟେଲିକମ କ୍ଷେତ୍ରରେ ସବୁଠାରୁ…
ବଢିବ ଶୀତ- ଆସନ୍ତା ୨ରୁ ୩ ଦିନରେ ୧୪ ଜିଲ୍ଲାରେ ଘନ କୁହୁଡି
ଭୁବନେଶ୍ୱର - କ୍ରମାଗତ ଭାବେ ତିନି ଦିନ ହେବ ରାଜ୍ୟର କେତେକ ଜିଲ୍ଲାରେ ଶୀତର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇବା ସହିତ ଘନି କୁହୁଡ଼ି ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଅଧିକାଂଶ ସ୍ଥାନରେ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତା ଠିକ୍ ଭାବରେ ଦେଖାଯାଉ ନ ଥିବାରୁ ଯାନବାହନ ଚଳାଚଳରେ…
ଓଡିଶା ସରକାରଙ୍କ ନିର୍ଦେଶ- ସ୍କୁଲ ବସ୍ରେ ଆବଶ୍ୟକତାରୁ ଅଧିକ ଛାତ୍ରଛାତ୍ରୀ ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର - ବିଭିନ୍ନ ବେସରକାରୀ ଓ ଇଂଲିଶ ମିଡିୟମ ସ୍କୁଲର ସ୍କୁଲ ବସ୍ ରହିଛି । କେତକ ସ୍କୁଲ ବସ୍ରେ ଆବଶ୍ୟକତାରୁ ଅଧିକ ଛାତ୍ରଛାତ୍ରୀ ଯାଉଛନ୍ତି । ଅନେକ ସମୟରେ ଛୋଟ ପିଲା ଛିଡା ହୋଇଯାତ୍ରା କରୁଛନ୍ତି।
ପ୍ରାଇଭେଟ୍ ବା ବେସରକାରୀ ସ୍କୁଲର ସ୍କୁଲ ବସ୍ରେ ଆବଶ୍ୟକତାକରୁ ଅଧିକ…
ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଝାରଖଣ୍ଡ ନିର୍ବାଚନ ବିଷୟରେ ଦେଲେ ଏହି ସୂଚନା
ନୂଆଦିଲ୍ଲୀ - ୨୦୨୦ ଜାନୁଆରୀ ୫ ତାରିଖରେ ଝାରଖଣ୍ଡ ନିର୍ବାଚନର କାର୍ଯ୍ୟକାଳ ଶେଷ ହେବ । ଏଥିପାଇଁ ନଭେମ୍ବର ୩୦ ତାରିଖରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ୫ ଟି ପର୍ଯ୍ୟାୟରେ ଝାରଖଣ୍ଡ ନିର୍ବାଚନ ଅନୁଷ୍ଠିତ ହେବ ।
ନକ୍ଲ ପ୍ରବଣ ଜିଲ୍ଲାମାନଙ୍କରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ…
ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପୃଥ୍ୱୀ-୨ର ସଫଳ ପରୀକ୍ଷଣ
ବାଲେଶ୍ୱର - ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପୃଥ୍ୱୀ-୨ର ସଫଳ ପରୀକ୍ଷଣ କରାଯାଇଛି । ଗତକାଲି ସନ୍ଧ୍ୟା ୭ଟାରୁ ୭ଟା ୧୫ ମିନିଟ୍ ମଧ୍ୟରେ ଏଲ୍.ସି.-୩ ପରୀକ୍ଷଣ କେନ୍ଦ୍ରରୁ ଏହାର ଉତ୍କ୍ଷେପଣ କରାଯାଇଥିଲା । ଏକହଜାର କିଲୋଗ୍ରାମ ଓଜନ ବିଶିଷ୍ଟ!-->…
ଅଭୟଙ୍କୁ ପୁଲିସ୍ ଡିଜି ,ସୁନୀଲ ରାୟଙ୍କୁ ହୋମ୍ଗାର୍ଡ଼ ଏବଂ ଅଗ୍ନିଶମ ଡିଜି ଭାବେ ନିଯୁକ୍ତି
ଭୁବନେଶ୍ୱର - ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ ଅଭୟଙ୍କୁ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ନ୍ୟାସନାଲ୍ ପୁଲିସ୍ ଏକାଡେମୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଭୟ ପୁଲିସ୍ ଡିଜି ଭାବେ ଦାୟିତ୍ୱ ଗ୍ରହଣ!-->…
ଆଜି ହେଉଛି ବିଶ୍ୱ ଶୌଚାଳୟ ଦିବସ -ଚଳିତବର୍ଷର ବାର୍ତ୍ତା ହେଉଛି କାହାକୁ ପଛରେ ଛାଡିବା ନାହିଁ
ନୂଆଦିଲ୍ଲୀ - ଆଜି ହେଉଛି ବିଶ୍ୱ ଶୌଚାଳୟ ଦିବସ । ଜାତିସଂଘ, ବିଶ୍ୱ ଶୌଚାଳୟ ସଂଗଠନ ଓ ୟୁ.ଏନ୍.ୱାଟର ଆନୁକୂଲ୍ୟରେ ୨୦୧୩ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ଶୌଚାଳୟ ଦିବସ ଭାବେ ପାଳନ କରାଯାଉଛି ।
ସ୍ୱଚ୍ଛତାର ଅଭାବ ବିଭିନ୍ନ ରୋଗର କାରଣ । ତେଣୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି…
ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା ୧୩ ତାରିଖଠାରୁ ଆରମ୍ଭ
ଭୁବନେଶ୍ୱର - ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା ୧୩ ତାରିଖଠାରୁ ଆରମ୍ଭ ହେଉଛି । ଏହା ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ୍ ସମ୍ପର୍କୀତ ପ୍ରସ୍ତାବ ଗୃହୀତ କରିବେ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଗୃହରେ…