ବଢିବ ଶୀତ- ଆସନ୍ତା ୨ରୁ ୩ ଦିନରେ ୧୪ ଜିଲ୍ଲାରେ ଘନ କୁହୁଡି

0 2,101

ଭୁବନେଶ୍ୱର – କ୍ରମାଗତ ଭାବେ ତିନି ଦିନ ହେବ ରାଜ୍ୟର କେତେକ ଜିଲ୍ଲାରେ ଶୀତର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇବା ସହିତ ଘନି କୁହୁଡ଼ି ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଅଧିକାଂଶ ସ୍ଥାନରେ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତା ଠିକ୍‍ ଭାବରେ ଦେଖାଯାଉ ନ ଥିବାରୁ ଯାନବାହନ ଚଳାଚଳରେ
ଅସୁବିଧା ହେଉଛି । ତେବେ ରାଜ୍ୟରେ କୁହୁଡ଼ି ଯୋଗୁଁ କୌଣସି ସ୍ଥାନରେ ଅଘଟଣ ଘଟିନଥିଲେ ମଧ୍ୟ ବସ୍‍ ଓ ଟ୍ରେନ୍‍ ଚଳାଚଳରେ କିଛିଟା ବିଳମ୍ବ ହେଉଛି ବୋଲି ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାରେ ଏହିଭଳି ଘନ କୁହୁଡ଼ିର ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply