ଆଜି ହେଉଛି ବିଶ୍ୱ ଶୌଚାଳୟ ଦିବସ -ଚଳିତବର୍ଷର ବାର୍ତ୍ତା ହେଉଛି କାହାକୁ ପଛରେ ଛାଡିବା ନାହିଁ
ନୂଆଦିଲ୍ଲୀ – ଆଜି ହେଉଛି ବିଶ୍ୱ ଶୌଚାଳୟ ଦିବସ । ଜାତିସଂଘ, ବିଶ୍ୱ ଶୌଚାଳୟ ସଂଗଠନ ଓ ୟୁ.ଏନ୍.ୱାଟର ଆନୁକୂଲ୍ୟରେ ୨୦୧୩ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ଶୌଚାଳୟ ଦିବସ ଭାବେ ପାଳନ କରାଯାଉଛି ।
ସ୍ୱଚ୍ଛତାର ଅଭାବ ବିଭିନ୍ନ ରୋଗର କାରଣ । ତେଣୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ । ଚଳିତବର୍ଷର ବାର୍ତ୍ତା ହେଉଛି କାହାକୁ ପଛରେ ଛାଡିବା ନାହିଁ ।