କୁନ୍ଦଲୀ ମାମଲାର ହେବ ଏସ୍ଆଇଟି ତଦନ୍ତ
କଟକ – କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ରୁଜୁ ପୃଥକ୍ ମାମଲା ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍. ଜାଭେରୀ ଓ ଜଷ୍ଟିସ କେ. ଆର୍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକତ୍ର ଶୁଣାଣି କରି ଏହି ଘଟଣାରେ ସ୍ପେଶାଲ ଇନ୍ଭେଣ୍ଟିଗେସନ ଟିମ୍ (ଏସ୍ଆଇଟି) ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିରେ ସମ୍ବଲପୁର, ଗଞ୍ଜାମ, କୋରାପୁଟ ଜିଲ୍ଲାର ବରିଷ୍ଠ ଆଇପିଏସ୍ ଅଫିସର ରହିବେ ଓ କୋର୍ଟ ଏହାର ତଦାରଖ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୬ରେ ହେବା ପାଇଁ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି ।