ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ବନ୍ଧନ ଇନୋଭେଶନ ଫଣ୍ଡ୍ର ଶୁଭାରମ୍ଭ
ଭୁବନେଶ୍ୱର : ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ବନ୍ଧନ ଇନୋଭେଶନ ଫଣ୍ଡର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହା ହେଉଛି ଏକ ଓପନ୍-ଏଣ୍ଡେଡ ଥିମାଟିକ ଫଣ୍ଡ ଯାହାକି ଉଦ୍ଭାବନର ଆଗଧାଡିରେ ଥିବା କମ୍ପାନୀଗୁଡିକରେ ନିବେଶ କରିବା ପାଇଁ ଉତ୍ସର୍ଗୀକୃତ । ଏହି ଫଣ୍ଡ ଗୁରୁତ୍ୱପୂର୍ଣ୍ଣ ଆର୍ଆଣ୍ଡ୍ଡି ନିବେଶ, ଉଚ୍ଚ କୁଶଳୀ କର୍ମଚାରୀ ଖର୍ଚ୍ଚ, ଅପେକ୍ଷାକୃତ ଅଧିକ ମାର୍ଜିନ କିମ୍ବା ଅଭିବୃଦ୍ଧି, ସ୍ୱତନ୍ତ୍ର ଉତ୍ପାଦ କିମ୍ବା ସେବା, ନନ୍-ଲିନିୟର ବିଜ୍ନେସ ମଡେଲ ଓ ଏକ ଉଲ୍ଲେଖନୀୟ ବ୍ରାଣ୍ଡ ଉପସ୍ଥିତି ଥିବା ବ୍ରାଣ୍ଡଗୁଡିକୁ ଟାର୍ଗେଟ କରୁଛି । ଏହି ନୂଆ ଫଣ୍ଡ ଅଫର୍ (ଏନ୍ଏଫ୍ଓ) ଆସନ୍ତା ଏପ୍ରିଲ ୧୦ ତାରିଖ ୨୦୨୪ ବୁଧବାର ଆରମ୍ଭ ହେବ ଏବଂ ବୁଧବାର ଏପ୍ରିଲ ୨୪ ତାରିଖ ୨୦୨୪ରେ ଶେଷ ହେବ । ବନ୍ଧନ ଇନୋଭେଶନ ଫଣ୍ଡରେ ନିବେଶ ଲାଇସେନ୍ସପ୍ରାପ୍ତ ମ୍ୟୁଚୁଆଲ ଫଣ୍ଡ ବିତରଣକାରୀ, ନିବେଶ ପରାମର୍ଶଦାତା, ଅନ୍ଲାଇନ ପ୍ଲାଟ୍ଫର୍ମ କିମ୍ବା ସିଧାସଳଖ https://bandhanmutual.com/nfo/bandhan-innovation-fund/.ରେ କରାଯାଇପାରିବ ।
ଏହି ଏନ୍ଏଫ୍ଓ ସମ୍ପର୍କରେ ବନ୍ଧନ ଏଏମ୍ସିର ସିଇଓ ବିଶାଲ କପୁର କହିଛନ୍ତି, “ଆଜି ଭାରତର ବିକଶିତ ଉଦ୍ଭାବନ ପରିଦୃଶ୍ୟ ଏକ ଉତ୍ସାହଜନକ ନିବେଶ ସୁଯୋଗ ଉପସ୍ଥାପନ କରୁଛି । ଆମେ କେବଳ ଟେକ୍ନୋଲୋଜି କ୍ଷେତ୍ରରେ ନୁହେଁ ବରଂ ଫାଇନାନ୍ସ, ଅଟୋ, ଟେକ୍ନୋଲୋଜି, ସ୍ୱାସ୍ଥ୍ୟସେବା, ମନୋରଞ୍ଜନ, ରିଟେଲ କ୍ଷେତ୍ରରେ ଅତ୍ୟାଧୁନିକ ପରିବର୍ତନଗୁଡିକୁ ପରିଲକ୍ଷିତ କରୁଛୁ । ଗ୍ଲୋବାଲ ଇନୋଭେଶନ ର୍ୟାଙ୍କିଙ୍ଗ୍ରେ ଭାରତର ଆରୋହଣ ଏବଂ ଡିଜିଟାଲ ମିଡିଆ, ଇକମର୍ସ ଓ ଇଲେକ୍ଟ୍ରିକ ଯାନ ଭଳି କ୍ଷେତ୍ରରେ ସୁଗମ ଅଗ୍ରଗତି ସହିତ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥାପିତ ହୋଇଛୁ । ବନ୍ଧନ ଇନୋଭେଶନ ଫଣ୍ଡକୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଉପରେ ପୁଞ୍ଜି ହାସଲ କରିବା ପାଇଁ ନିର୍ମାଣ କରାଯାଇଛି ଯାହା ଉଦ୍ଭାବନ ପରିଚାଳିତ ଅଭିବୃଦ୍ଧିର ଏହି ସ୍ରୋତରେ ଯୋଗ ଦେବା ପାଇଁ ନିବେଶକମାନଙ୍କୁ ଆମନ୍ତ୍ରିତ କରୁଛି ।”
ବନ୍ଧନ ଇନୋଭେଶନ ଫଣ୍ଡ ଏହାର ନିବେଶଗୁଡିକୁ ଇନୋଭେଟରମାନଙ୍କ ଏକ ଶୃଙ୍ଖଳା ମଧ୍ୟରେ ଆବଂଟନ କରିବ: ଗୁରୁତ୍ୱପୂର୍ଣ୍ଣ ଇଣ୍ଡଷ୍ଟ୍ରୀ ଆର୍ଆଣ୍ଡ୍ଡି ନିବେଶ ସମେତ ଅଗ୍ରଣୀ ଇନୋଭେଟରଙ୍କ ପାଇଁ ୩୫-୪୫%; ଏକ ପ୍ରତିଯୋଗୀପୂର୍ଣ୍ଣ ଅଗ୍ରଗତି ପାଇଁ ଉଦ୍ଭାବନକୁ ବ୍ୟବହାର କରୁଥିବା ଉଦୀୟମାନ ଇନୋଭେଟରଙ୍କ ପାଇଁ ୩୫-୪୫% ଏବଂ ଶକ୍ତିଶାଳୀ ଉତ୍ପାଦ କିମ୍ବା ସେବା ସହିତ ବଜାରର ଅନ୍ତରକୁ ଦୂର କରୁଥିବା ଏବଂ ଏକ ମଜଭୁତ ଅଭିବୃଦ୍ଧି ଯାତ୍ରା ପ୍ରଦର୍ଶିତ କରୁଥିବା ଉଦୀୟମାନ ଇନୋଭେଟରଙ୍କ ପାଇଁ ୧୦-୧୫% ଆବଂଟନ କରାଯିବ । ଏହି ଫଣ୍ଡ୍ ଦୀର୍ଘାବଧି ନିବେଶ ବଳୟ ଏବଂ ଅଧିକ ଉଚ୍ଚ ରିସ୍କକୁ ପସନ୍ଦ କରୁଥିବା, ନିଜର ସାଟେଲାଇଟ ପୋର୍ଟଫୋଲିଓରେ ବିବିଧତାର ସନ୍ଧାନ କରୁଥିବା ଏବଂ ସମ୍ଭାବ୍ୟ ଉତ୍ପତି ସୃଷ୍ଟି କରୁଥିବା ନିବେଶକଙ୍କ ପାଇଁ ଉପଯୁକ୍ତ ଅଟେ ।
Comments are closed, but trackbacks and pingbacks are open.